ଦୁର୍ଗାପୁର ଜଙ୍ଗଲରେ କ୍ରାଇମ୍‍ ସିନ୍‍ ରିକ୍ରିଏସନ୍‍

ଦୁର୍ଗାପୁର, ୧୪/୧୦: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଖୋଳତାଡ ଜାରି ରଖିଛି ଦୁର୍ଗାପୁର ପୁଲିସ । ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରାଉଚରା କରାଯିବା ପରେ ଆଜି ପୁଲିସ କ୍ରାଇମ ସିନ୍‍ ରିକ୍ରିଏସନ୍‍ କରୁଛି । ଜଣେ ଅଭିଯୁକ୍ତକୁ ଧରି ଦୁର୍ଗାପୁର ପରାନଗଞ୍ଜ ଜଙ୍ଗଲରେ ପହଞ୍ଚି କ୍ରାଇମ୍‍ ସିନ୍‍ ରିକ୍ରିଏସନ୍‍ କରୁଛି ପୁଲିସ ଟିମ୍‍ । ଏହି ସମୟରେ ଦୁର୍ଗାପୁର ଡିସିପି ଓ ତଦନ୍ତକାରୀ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି ।ଗଣଦୁଷ୍କର୍ମ ମାମଲାରେ […]

ସଂପୂର୍ଣ୍ଣ ପଢନ୍ତୁ

ଆର୍ଥିକ ଶୃଙ୍ଖଳା ସୁଦୃଢ଼ ପାଇଁ ଓଡ଼ିଶାର ପଦକ୍ଷେପ

ଭୂବନେଶ୍ଵର, ୧୪/୧୦: ଓଡିଶା ସରକାରଙ୍କ ଏକ ଅବିଚ୍ଛେଦ୍ୟ ଅଙ୍ଗ, ଆଭ୍ୟନ୍ତରୀଣ ଅଡିଟ୍, ଓଡ଼ିଶା ସଚିବାଳୟର ୨୮ଟି ପ୍ରଶାସନିକ ବିଭାଗରେ କାର୍ଯ୍ୟ କରୁଛି । ଏହା ପବ୍ଲିକ ମନିର ପ୍ରହରୀ ଭାବରେ କାର୍ଯ୍ୟ କରେ ଏବଂ ରାଜ୍ୟ ମଧ୍ୟରେ ଟଙ୍କାର ଅପବ୍ୟବହାର ଓ ଆତ୍ମସାତ ସମେତ ଆର୍ଥିକ ଅନିୟମିତତା ରିପୋର୍ଟ ପ୍ରଦାନ କରେ। ସମାନତା, ବୃତ୍ତିଗତ ତଦାରଖ ଏବଂ ସାଧାରଣ ଖର୍ଚ୍ଚର ତଦାରଖ ସୁନିଶ୍ଚିତ କରିବା ପାଇଁ ସମସ୍ତ ଆଭ୍ୟନ୍ତରୀଣ ଅଡିଟ୍ କର୍ମଚାରୀଙ୍କୁ ଅର୍ଥ ବିଭାଗ ଅଧୀନରେ କେନ୍ଦ୍ରୀଭୂତ […]

ସଂପୂର୍ଣ୍ଣ ପଢନ୍ତୁ

ଏମ୍‌ସ କର୍ମଚାରୀଙ୍କୁ ହତ୍ୟା ଘଟଣାରେ ୪ ଗିରଫ

ଭୂବନେଶ୍ଵର, ୧୪/୧୦: ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ମଙ୍ଗଳବାର ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସୁଧାଂଶୁଙ୍କ ଦାଦା ଓ ତାଙ୍କ ପୁଅ ସମତେ ମୋଟ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ।ସୂଚନାଯୋଗ୍ୟ, ଡ୍ୟୁଟିକୁ ଆସୁଥିବା ବେଳେ ସୁଧାଂଶୁଙ୍କୁ ଗୋଡାଇ ଗୋଡାଇ ଗୁଳି କରି ହତ୍ୟା କରାଯାଇଥିଲା। ସେ ଭୁବନେଶ୍ଵର ଏମ୍‌ସରେ ଲ୍ୟାବ୍‍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଦୁର୍ବୃତ୍ତମାନେ ସୁଧାଂଶୁଙ୍କୁ ୩ ରାଉଣ୍ଡ ଗୁଳି କରିଥିଲେ। ସୁଧାଂଶୁଙ୍କ ଘର […]

ସଂପୂର୍ଣ୍ଣ ପଢନ୍ତୁ

ଚନ୍ଦକାରୁ ପୁଣି ଫେରିଲେ ହାତୀପଲ

ଆଠଗଡ, ୧୪/୧୦: ଆଠଗଡ ବନାଞ୍ଚଳକୁ ପ୍ରାୟ ୨୫ ଦିନର ବ୍ୟବଧାନ ପରେ ଚନ୍ଦକାରୁ ଫେରିଛନ୍ତି ୧୭ଟିକିଆ ହାତୀପଲ। ଆଠଗଡ ବନାଞ୍ଚଳରେ ୧ମାସରୁ ଊର୍ଦ୍ଧ୍ବ ସମୟ ରହିବା ପରେ ପ୍ରାୟ ୨୫ ଦିନ ପୂର୍ବରୁ ୨୦ଟି ହାତୀ ମହାନଦୀ ପାର ହୋଇ ଡମପଡା ସଂରକ୍ଷିତ ଜଙ୍ଗଲ ଦେଇ ଚନ୍ଦକା ଫେରିଥିଲେ । ଗତକାଲି (ସୋମବାର) ବିଳମ୍ବିତ ରାତିରେ ପୁଣି ୧୭ ଟିକିଆ ହାତୀପଲ ଅନୁରୂପ ଭାବେ ମହାନଦୀ ପାର ହୋଇ ଆଠଗଡ ବନାଞ୍ଚଳ ଅନ୍ତର୍ଗତ ସୁକାଶନ ସଂରକ୍ଷିତ ଜଙ୍ଗଲକୁ […]

ସଂପୂର୍ଣ୍ଣ ପଢନ୍ତୁ

ଚେଳିତୋଳ ବାଲିଯାତ୍ରା ପ୍ରଥମ ପ୍ରସ୍ତୁତି ବୈଠକ, ଯେତିକି ନୈରାଶ୍ୟଜନକ ସେତିକି ହାସ୍ୟାସ୍ପଦ

ଝଙ୍କଡ଼, ୧୪/୧୦: ଚେଳିତୋଳ ବାଲିଯାତ୍ରା ୨୦୨୫ ପାଳନ ଉପଲକ୍ଷେ ଗତ ମଙ୍ଗଳବାର ଦିନ ମଧ୍ୟାହ୍ନରେ ତିର୍ତ୍ତୋଲ ବିଧାୟକ ତଥା ବାଲିଯାତ୍ରା କମିଟି ର ସଭାପତି ପ୍ରଫେସର ଡଃ ରମାକାନ୍ତ ଭୋଇ ଙ୍କ ଆହ୍ଵାନ କ୍ରମେ, ପ୍ରଥମ ପ୍ରସ୍ତୁତି ବୈଠକ ତିର୍ତ୍ତୋଲ ସରଣିବଜାର ସ୍ଥିତ ଆନନ୍ଦମଣ୍ଡପ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଡଃ ଭୋଇ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକ, ଘରେ ନ ପଶୁଣୁ ଚାଳ ବାଜିଲାଣି ର ଅବସ୍ଥା ଦେଖିବାକୁ ମିଳିଥିଲା। ଦିନ ଦଶଟା […]

ସଂପୂର୍ଣ୍ଣ ପଢନ୍ତୁ

ସବୁଜ ହାଇଡ୍ରୋଜେନ୍ ହବ୍ ହେବ ପାରାଦ୍ଵୀପ

ଭୁବନେଶ୍ୱର, ୧୪/୧୦:କେନ୍ଦ୍ର ସରକାର ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ (ଏନଜିଏଚଏମ) ଅଧୀନରେ ପାରାଦୀପ ସମେତ ତିନୋଟି ପ୍ରମୁଖ ବନ୍ଦରକୁ ସବୁଜ ହାଇଡ୍ରୋଜେନ୍ ହବ୍ (ଜିଏଚଏଚ) ଭାବରେ ଚିହ୍ନଟ କରିଛନ୍ତି। ଅନ୍ୟ ଦୁଇଟି ବନ୍ଦର ଗୁଜରାଟ ଏବଂ ତାମିଲନାଡୁରେ ଅଛି। ଏନଜିଏଚଏମ ଭାରତକୁ ସବୁଜ ହାଇଡ୍ରୋଜେନ ଏବଂ ଏହାର ଡେରିଭେଟିଭ୍ସର ଉତ୍ପାଦନ, ବ୍ୟବହାର ଏବଂ ରପ୍ତାନିରେ ବିଶ୍ୱର ଏକ ସ୍ବତନ୍ତ୍ର ହାସଲ କରାଇବାକୁ ଚାହୁଁଛି। ଏହି ମିଶନ ଉତ୍ପାଦନ ଏବଂ ବ୍ୟବହାର ପାଇଁ ଗୁରୁତ୍ବପୂର୍ଣ୍ଣ ଭାବରେ କାର୍ଯ୍ୟ କରିବା […]

ସଂପୂର୍ଣ୍ଣ ପଢନ୍ତୁ

କ୍ୟାପିଟାଲ ଥାନା ଘେରିଲା ଅଟୋ ଚାଳକ ସଂଘ

ଭୁବନେଶ୍ୱର, ୧୪/୧୦: କ୍ୟାପିଟାଲ ଥାନା ଘେରାଉ କରିଛନ୍ତି ଅଟୋ ଚାଳକ ସଂଘ । କ୍ୟାପିଟାଲ ଥାନା ସମ୍ମୁଖରେ ଲମ୍ବା ଲାଇନରେ ଅଟୋ ସବୁ ଛିଡା ହୋଇଛି । ଫଳରେ ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ଜାମ୍‍ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ସୂଚନା ଅନୁସାରେ କିଛି ଦିନ ତଳେ ଅନଲାଇନ ସ୍ମାର୍ଟସିଟି ଅଟୋ ଚାଳକ ସଂଘର ଜଣଙ୍କୁ ମାଡ ହୋଇଥିଲା । ଷ୍ଟେସନ ଅଟୋ ଚାଳକ ସଂଘର କିଛି ପିଲା ମାଡ ମାରିବା ନେଇ […]

ସଂପୂର୍ଣ୍ଣ ପଢନ୍ତୁ

ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ଘଟଣାରେ ସୁରକ୍ଷା ପ୍ରତିଶ୍ରୁତି ଦେଲା ଦୁର୍ଗାପୁର ପୁଲିସ

ଦୁର୍ଗାପୁର, ୧୪/୧୦: ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି ଦୁର୍ଗାପୁର ପୁଲିସ । ସମସ୍ତ ୫ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥିବା କହିଛନ୍ତି ଦୁର୍ଗାପୁର ପୁଲିସ କମିଶନର । ଡିସିପି ପୀଡିତାଙ୍କ ବାପାଙ୍କ ସହ କଥା ହୋଇ ସୁରକ୍ଷା ପ୍ରତିଶ୍ରୁତି ଦେଇଛନ୍ତି । ପୀଡିତାଙ୍କ ପରିବାର ସହ ପୁଲିସ ରହିଛି, ସମସ୍ତ ସହଯୋଗ ଦିଆଯିବ ବୋଲି କମିଶନର କହିଛନ୍ତି ।ସେପଟେ ପୀଡିତାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଆ […]

ସଂପୂର୍ଣ୍ଣ ପଢନ୍ତୁ

ମହିୟସୀ ମହିଳା ଶଶିରେଖା ରାଉତରାୟ ଙ୍କ ବିୟୋଗରେ ଶୋକ

ଝଙ୍କଡ଼ :୧୪/୧୦: ଝଙ୍କଡ଼ ସାରଳା ମନ୍ଦିରର ପୂର୍ବତନ ଟ୍ରଷ୍ଟି, ଝଙ୍କଡ ମହୋତ୍ସବ କମିଟିର ଅଧ୍ୟକ୍ଷ,ପାରାଦୀପ ସାରଳା ମନ୍ଦିରର ପରିଚାଳନା ସମିତି ର ସଭାପତି ତଥା ପାରାଦୀପ ବନ୍ଦର ହନୁମାନ ଜୀଉ ମନ୍ଦିର ପ୍ରଶାସନର ମୁଖ୍ୟ ପରିଚାଳକ,ଅମରେଶ ରାଉତରାୟ ଙ୍କ ମାଆ ତଥା ସ୍ବର୍ଗତ ରାଇଚରଣ ରାଉତରାୟ ଙ୍କ ଧର୍ମପତ୍ନୀ , ମହିୟସୀ ମହିଳା ଶଶୀରେଖା ରାଉତରାୟ ( ୭୬ ) ଙ୍କର ପୁରୀ ଶ୍ରୀକ୍ଷେତ୍ର ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପାର୍ଶ୍ଵ ସ୍ଥ ମଧୁବନ ସ୍ଥିତ , ମାଆ ନୀଳୟ […]

ସଂପୂର୍ଣ୍ଣ ପଢନ୍ତୁ

ବଦଳିଲେ ଚୌଦ୍ଵାର ଜେଲର

କଟକ, ୧୩/୧୦: ଶେଷରେ ଚୌଦ୍ଵାର ଜେଲରକୁ ବଦଳି କରାଯାଇଛି। ଜେଲର ସନ୍ତୋଷିନୀ ଦାଶଙ୍କୁ ଚୌଦ୍ଵାର ଜେଲରୁ କଣ୍ଟାବାଞ୍ଜି ଉପକାରାଗାରକୁ ବଦଳି କରାଯାଇଛି। ସନ୍ତୋଷିନୀଙ୍କ ସ୍ଥାନରେ କଣ୍ଟାବାଞ୍ଜି ସବଜେଲ୍‌ର ଜେଲର ତଥା ଅଧୀକ୍ଷକ ରଘୁରାଜ ମାଝୀଙ୍କୁ ନିଯୁକ୍ତ କରାଯାଇଛି। ଏଣିକି ରଘୁରାଜ ଚୌଦ୍ଵାର କାରାଗାରର ଜେଲର ଭାବେ ଦାୟିତ୍ଵ ନିର୍ବାହ କରିବେ। ଏ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି।ଉଲ୍ଲେଖଯୋଗ୍ୟ, ନିକଟରେ ଚୌଦ୍ଵାର ଜେଲରୁ ଦୁଇ ଜଣ କଏଦୀ ତାର ଜାଲି କାଟି ପାଚେରି […]

ସଂପୂର୍ଣ୍ଣ ପଢନ୍ତୁ