କ୍ୟାପିଟାଲ ଥାନା ଘେରିଲା ଅଟୋ ଚାଳକ ସଂଘ

ଖୋର୍ଦ୍ଧା ଜିଲା ଖବର ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୧୪/୧୦: କ୍ୟାପିଟାଲ ଥାନା ଘେରାଉ କରିଛନ୍ତି ଅଟୋ ଚାଳକ ସଂଘ । କ୍ୟାପିଟାଲ ଥାନା ସମ୍ମୁଖରେ ଲମ୍ବା ଲାଇନରେ ଅଟୋ ସବୁ ଛିଡା ହୋଇଛି । ଫଳରେ ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ଜାମ୍‍ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ସୂଚନା ଅନୁସାରେ କିଛି ଦିନ ତଳେ ଅନଲାଇନ ସ୍ମାର୍ଟସିଟି ଅଟୋ ଚାଳକ ସଂଘର ଜଣଙ୍କୁ ମାଡ ହୋଇଥିଲା । ଷ୍ଟେସନ ଅଟୋ ଚାଳକ ସଂଘର କିଛି ପିଲା ମାଡ ମାରିବା ନେଇ ଅଭିଯୋଗ ହୋଇଥିଲା । ଗତକାଲି ଉଭୟ ଗୋଷ୍ଠୀର ପିଲାଙ୍କୁ ପୁଲିସ ଗିରପ କରି କୋର୍ଟ ଚାଲାଣ କରିଛି ପୁଲିସ । ତେବେ ଅଟୋ ଚାଳକ ସଂଘ ଅଭିଯୋଗ କରିଛି ଯେ ଦୋଷୀକୁ ପୁଲିସ ଗିରଫ ନକରି ନିର୍ଦୋଷକୁ ଗିରଫ କରିଛି । ଏହାର ପ୍ରତିବାଦରେ କ୍ୟାପିଟାଲ ଥାନାକୁ ଘେରାଉ କରିଛି ସ୍ମାର୍ଟ ସିଟି ଅଟୋ ଚାଳକ ସଂଘ ।

Leave a Reply

Your email address will not be published. Required fields are marked *