ଏମ୍‌ସ କର୍ମଚାରୀଙ୍କୁ ହତ୍ୟା ଘଟଣାରେ ୪ ଗିରଫ

ଜିଲା ଖବର ଭୁବନେଶ୍ୱର ରାଜ୍ୟ
Spread the love

ଭୂବନେଶ୍ଵର, ୧୪/୧୦: ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ମଙ୍ଗଳବାର ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସୁଧାଂଶୁଙ୍କ ଦାଦା ଓ ତାଙ୍କ ପୁଅ ସମତେ ମୋଟ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ।ସୂଚନାଯୋଗ୍ୟ, ଡ୍ୟୁଟିକୁ ଆସୁଥିବା ବେଳେ ସୁଧାଂଶୁଙ୍କୁ ଗୋଡାଇ ଗୋଡାଇ ଗୁଳି କରି ହତ୍ୟା କରାଯାଇଥିଲା। ସେ ଭୁବନେଶ୍ଵର ଏମ୍‌ସରେ ଲ୍ୟାବ୍‍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଦୁର୍ବୃତ୍ତମାନେ ସୁଧାଂଶୁଙ୍କୁ ୩ ରାଉଣ୍ଡ ଗୁଳି କରିଥିଲେ। ସୁଧାଂଶୁଙ୍କ ଘର ସରକନ୍ତରା ଗାଁରେ। ଜମିବାଡି କାରବାରକୁ ନେଇ ତାଙ୍କୁ ହତ୍ୟା କରାଯାଇଛି।

Leave a Reply

Your email address will not be published. Required fields are marked *