ଉପମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତମନ୍ତ୍ରୀଙ୍କ ଅଧକ୍ଷତାରେ ପୁରୀ ଜିଲ୍ଲା ରୋଡ଼ ନେଟୱର୍କ ନେଇ ଉଚ୍ଚସ୍ତରୀୟ ବୈଠକ

ରାଜ୍ୟ
Spread the love

  • ପିପିଲି-କୋଣାର୍କକୁ ସଂଯୋଗ କରିବ ନୂଆ ଗ୍ରୀନ-ଫିଲଡ଼ କରିଡର
  • ୧୦୦କିମି ବେଗରେ ଗଡିବ ଯାନବାହାନ
  • ଯାତ୍ରା ଅବଧି ଦେଢ଼ ଘଣ୍ଟାରୁ ୩୦ ମିନଟକୁ କମିବ
  • ପୁରୁଣା ପିପିଲି-କୋଣାର୍କ ରାସ୍ତା ହେବ ଅଧିକ ପ୍ରଶସ୍ତ
  • ପୁରୀ ସହର ରାସ୍ତା ଉନ୍ନତି କରଣ ଉପରେ ଆଲୋଚନା
  • ଚାରିଛକ ଠାରୁ ଅସ୍ତରଙ୍ଗ ରାସ୍ତା ହେବ ଚାରିଲେନ

ପୁରୀ, ୫/୯: ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ପୁରୀ ଜିଲ୍ଲା ରୋଡ଼ ନେଟୱର୍କ ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I

ଏହି ବୈଠକରେ ପୁରୁଣା ପିପିଲି-କୋଣାର୍କ ରାସ୍ତାକୁ ୭ ମିଟରରୁ ୧୦ ମିଟର ପର୍ଯ୍ୟନ୍ତ ଅଧିକ ପ୍ରଶସ୍ତ କରିବା ସହ ନୂତନ ଭାବେ ପିପିଲି-କୋଣାର୍କକୁ ନୂଆ ଗ୍ରୀନ ଫିଲଡ଼ କରିଡର ସହ ସଂଯୋଗ କରିବା ନେଇ ଆଲୋଚନା ହୋଇଥିଲା I ଏଥିସହିତ ପୁରୀ ସହର ଭିତରେ ଥିବା ବିଭିନ୍ନ ରାସ୍ତା ପ୍ରଶସ୍ତି କରଣ, ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାରିଛକ ଠାରୁ ଅସ୍ତରଙ୍ଗ ଏବଂ ଜଲାରପୁର ଠାରୁ ଚାରିଛକ ପର୍ଯ୍ୟନ୍ତ ୪ଲେନ ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇଥିଲା I

ରାଜ୍ୟ ସରକାର ବର୍ତ୍ତମାନ ସାରା ରାଜ୍ୟର ରୋଡ଼ ନେଟୱାର୍କର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି I ଏହି କ୍ରମରେ ଭୁବନେଶ୍ୱର -ପୁରୀ – କୋଣାର୍କକୁ ଏକ ସୁଦୃଢ ରୋଡ଼ କରିଡରରେ ଯୋଡିବା ନେଇ ଥିବା ପ୍ରସ୍ତାବକୁ ତ୍ୱରିତ ବେଗରେ ଆଗେଇ ନେବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଗୁରୁତ୍ୱ ଦେଇଛନ୍ତି I

ପିପିଲି-କୋଣାର୍କକୁ ସଂଯୋଗ କରିବାକୁ ଥିବା ନୂଆ ଗ୍ରୀନ ଫିଲଡ଼ କରିଡର ବହୁ ଗୁରୁତ୍ୱ ବହନ କରୁଛି I ଯାହାର ଲମ୍ବ ରହିବ ୪୦ କିଲୋମିଟର I ୨୦୦ ଫୁଟ ଚଉଡା ୪ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ହେଲେ ଯାନବାହନ ଗୁଡ଼ିକ ୧୦୦ କିମି ବେଗରେ ଗତି କରି ପାରିବ I ଫଳରେ ପିପିଲି ରୁ କୋଣାର୍କ ଯିବାକୁ ସମୟ ଅବଧି ଦେଢ଼ ଘଣ୍ଟା ରୁ ୩୦ ମିନିଟ କୁ ହ୍ରାସ ପାଇବ I ଏହି ରାସ୍ତାର ନକ୍ସା ପ୍ରସ୍ତୁତ ସହ ଜମି ଅଧିଗ୍ରହଣ ଓ ଅନ୍ୟାନ ବିଷୟ ଉପରେ ଧ୍ୟାନ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି I

ସେହିପରି ଆଜିର ବୈଠକରେ ପୁରୀ ସହର ତାଜ ଇଣ୍ଟରନ୍ୟାସନାଲ ଠାରୁ ସିଟି ରୋଡ଼ ଦେଇ ଜଗନ୍ନାଥ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତା କୁ ୪ ଲେନ କରିବା ନେଇ ଆଲୋଚନା ହୋଇଥିଲା I ଏଥିସହିତ ଶ୍ରୀ ଚୈତନ୍ୟ ରୋଡ଼ ଠାରୁ ବାଲିସାହି ଦେଇ ଶ୍ରୀଜଗନ୍ନାଥ ମନ୍ଦିର ରାସ୍ତା, ଦୋଳମଣ୍ଡପ ସାହି ରାସ୍ତା ଏବଂ ଝଡ଼େଶ୍ୱରୀ କ୍ଲବ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତି କରଣ ନେଇ ସର୍ଭେ କରିବା ଉପରେ ବୈଠକ ରେ ଗୁରୁତ୍ୱ ଦିଆଯାଇଥିଲା I

ଆଜିର ବୈଠକରେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ମୁଖ୍ୟଯନ୍ତ୍ରୀ ରୋଡ଼ ୧ ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ ରୋଡ଼ ୨ ଶିବବ୍ରତ ତରିଆ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ (ଖୋର୍ଦ୍ଧା) ଶ୍ରୀ ରାମଚନ୍ଦ୍ର ସେଠୀ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀ ରଶ୍ମି ରଞ୍ଜନ ସାହୁ ଏବଂ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସୌମ୍ୟ ରଞ୍ଜନ ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *