କୁଜଙ୍ଗ : ୭୭ତମ ସାଧାରଣତନ୍ତ୍ର ଦିବସରେ ଜଗତସିଂହପୁରଜିଲ୍ଲା କୁଜଙ୍ଗସ୍ଥିତ ଘରୋଇ କୋଚିଂ ସେଂଟରରେ ଏକ ଅଭାବନନୀୟ ଘଟଣା ଘଟିଛିା ଜାତୀୟ ପତାକା ଆଜି ସନ୍ଧ୍ଯା ସମୟ ପୂର୍ବରୁ ଅବତରଣ ସମୟରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ଓମ୍ ପ୍ରକାଶ ଦ୍ବିବେଦୀ (୧୫)।
ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ତେରଗାଁ ଗ୍ରାମର ମାନସ କୁମାର ଦ୍ବବେଦୀଙ୍କ ପୁତ୍ର ଓମ୍ ପ୍ରକାଶ କୁଜଙ୍ଗ ଥାନା ସମାଗୋଳସ୍ଥିତ ମାମୁଁ ଘରେ ରହି ପାଠ ପଢ଼ୁଥିଲା। ସେ କୁଜଙ୍ଗ ବିବି ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ଥିଲା। ଏଥି ସହିତ ସ୍ଥାନୀୟ ଏକ କୋଚିଂରେ ଟ୍ୟୁସନ ପଢୁଥିଲା। ଆଜି ସାଧାରଣତନ୍ତ୍ର ଦିବସ ଅବସରରେ କୁଜଙ୍ଗ-ତ୍ରିଲୋଚନପୁର ସାଗର ରୋଡସ୍ଥିତ ଆଡଭୋକେଟ ମଂଜୁଲତା ରାଉତଙ୍କ ବାସଭବନରେ ପରିଚାଳିତ ଟପରଓ୍ବାଲା କୋଚିଂ ସେଂଟରରେ ପତ୍ତାକା ଉଡ଼ା ଯାଇଥିଲା। ଅପରାହ୍ନ ସମୟରେ ଓମପ୍ରକାଶ ଆସିଥିଲେ ଏବଂ ପତାକା ଅବତରଣ କରିବାକୁ ଯାଇଥିଲେ।
ପତାକା ଏକ ଲୌହ ବିଦ୍ୟୁତ ସୁପରିବାହୀ ପାଇପରେ ଉଡାଯାଇଥିଲାା ପତାକା ଲାଗିଥିବା ପାଇପ ଖୋଲିବା ସମୟରେ ଉପରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲାା ତାଙ୍କୁ ତୁରନ୍ତ ସଂଗ୍ୟାହୀନ ଅବସ୍ଥାରେ କୁଜଙ୍ଗ ମେଡିକାଲକୁ ଅଣାଯାଇଥିଲାା ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲୋ ଏହି ଘଟଣାପରେ କୁଜଙ୍ଗ ପୁଲିସ କୋଚିଂ ସେଂଟରରେ ମାଲିକ ଅଶ୍ବିନୀ କୁମାର ନନ୍ଦଙ୍କୁ ଅଟକ ରଖିଥିବା ଜଣାପଡିଛିା
