ଝଙ୍କଡ଼ : ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମାସାରଳା ଙ୍କ ପୀଠରେ ରଜସଂକ୍ରାନ୍ତି ଉପଲକ୍ଷେ ପ୍ରବଳଜନସମାଗମ ପରିଲକ୍ଷିତ ହୋଇଥିଲା l ପତ୍ୟୁଷ ରୁ ମାଆଙ୍କ ପହୁଡ଼ଫିଟା ନୀତି ଅନୁଷ୍ଠିତ ହେବାପରେ ମଙ୍ଗଳଆଳତୀ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଭକ୍ତ ମାନଙ୍କ ଭିଡ଼ଲାଗିରହିଥିଲା l ପରେପରେ ପ୍ରତିଦିନଭଳି ସ୍ଥାନୀୟଭକ୍ତସମାଜ ର ବିଭିନ୍ନବାଦ୍ୟ ସହିତ ଗୀତିଗୋବିନ୍ଦ ଗାନ କରାଯିବାପରେ, ସାରଳା ଵେଦବିଦ୍ୟାପୀଠର ବିଦ୍ୟାର୍ଥୀ ମାନଙ୍କ ଵେଦମନ୍ତ୍ର ଧ୍ୱନିରେ ମନ୍ଦିରବେଢା ପ୍ରକମ୍ପିତ ହୋଇଉଠିଥିଲା l ମାର୍ଜ୍ଜନା ପରେ ଅଭିନଵ ବେଶରେ ମାଆଙ୍କୁ ସୁସଜ୍ଜିତ କରାଯିବାପରେ ମହାପ୍ରଭୁ ଙ୍କ ମହାପ୍ରସାଦ ସମର୍ପଣ କରାଯାଇଥିଲା l ଜଗତସିଂହପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଓ ମନ୍ଦିରପ୍ରଶାସନ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା ଙ୍କ ପ୍ରତକ୍ଷ୍ୟତତ୍ତ୍ୱାବଧାନ ରେ ସମସ୍ତ ଶ୍ରଦ୍ଧାଲୁଭକ୍ତ ଓ ଯାତ୍ରୀମାନଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ର ବ୍ୟବସ୍ଥା କରାଯାଇଥିଲା l
ତିର୍ତ୍ତୋଲ ତହସିଲଦାରଦାର ମହେଶ୍ୱର ବେହେରା, ତିର୍ତ୍ତୋଲଥାନା ଏସ ଡି ପି ଓ ଅଜୟ କୁମାର ଦାସ, ଆଇ ଆଇ ସି ବଂଶୀଧର ପ୍ରଧାନ, କନକପୁର ପୋଲିସଫାଣ୍ଡି ଅଧିକାରୀ ରଘୁନାଥ ଟୁଡୁ, ମନ୍ଦିର ଫାଣ୍ଡି ଅଧିକାରୀ ସଞ୍ଜୟ ରାଉତ ଙ୍କ ସମେତ ଜିଲ୍ଲାର ବଛାବଛା ପୋଲିସଅଧିକାରୀ ଙ୍କ ସମେତ ରିଜର୍ଭପୋଲିସ ବାହିନୀ ଙ୍କ ଦ୍ୱାରା ଶାନ୍ତିଶୃଙ୍ଖଳାରକ୍ଷା, ଯାନବାହାନ ନିୟନ୍ତ୍ରଣ ଆଦିର ସୁବନ୍ଦୋବସ୍ତ କରାଯାଇଥିବାରୁ କୌଣସି ଅସ୍ୱାଭାବିକ ପରିସ୍ଥିତି ଉପୁଜିନଥିଲା l ଯେକୌଣସି ଅଘଟଣ ପାଇଁ, ତିର୍ତ୍ତୋଲ ଅଗ୍ନିଶମବାହନୀ ସଜାଗଥିଲାବେଳେ ମଣିଜଙ୍ଗା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ମଧ୍ୟ ସ୍ୱାସ୍ଥ୍ୟସେଵା ଶିବିର ଖୋଲାଯାଇଥିଲା l ନିରୁଦ୍ଧିଷ୍ଟବ୍ୟକ୍ତିଙ୍କ ଘୋଷଣା, ମନ୍ଦିରନୀତିକାନ୍ତି ର ସୂଚନା ପ୍ରଦାନ ଓ ସତର୍କସୂଚନା ଆଦି ନିମନ୍ତେ ଖୋଲାଯାଇଥିବା ସୂଚନାକେନ୍ଦ୍ର ସାରଳା ମହିମା ପ୍ରଚାରକ ରମାକାନ୍ତ ରାଉଳ ପରିଚାଳନା କରିଥିଲେ l ଜଗତସିଂହପୁର ଜିଲ୍ଲା ବିଶ୍ୱହିନ୍ଦୁପରିଷଦ ଆନୁକୂଲ୍ୟରେ କନକପୁର ବଜାର ପଡିଆରେ ବଜରଙ୍ଗୀଦଳ ର ସ୍ବେଛାସେବୀ ମାନଙ୍କଦ୍ୱାରା ଦହିସର୍ବତ ଓ ଥଣ୍ଡାପାନୀୟଜଳ ବଣ୍ଟନ କରାଯାଇଥିଲା l ମନ୍ଦିରପ୍ରଶାସନ ର ଅନ୍ୟତମ ଅଧିକାରୀ ବରଦାପ୍ରସାଦ ମହାନ୍ତି ଙ୍କ ତତ୍ତ୍ୱାବଧାନ ରେ ପରିଷ୍କାରପରିଚ୍ଛନତା କାର୍ଯ୍ୟରେ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇଥିବାବେଳେ ସମସ୍ତନୀତିକାନ୍ତି ସୁଚାରୁରୂପେ ପାଳନ କରିବା କ୍ଷେତ୍ରରେ ସମସ୍ତ ସେବାୟତ ସକ୍ରିୟସହଯୋଗ କରିଥିଲେ l
