ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ସାରସ୍ଵତ ସାଧକ ସୌମେନ୍ଦ୍ର ମହାପାତ୍ରଜୀଙ୍କ ନିର୍ଦ୍ଦେଶନାରେ “ମୁଁ ଅନାଥ ତୁ ଜଗନ୍ନାଥ” ନାଟକ ମଞ୍ଚସ୍ଥ

ରାଜ୍ୟ
Spread the love

କଟକ : ୪୨ ମୌଜା ବରାଳ ଗ୍ରାମ ମା’ ନାରାୟଣୀ ମନ୍ଦିର ମୀନାବଜାର ପଡିଆରେ ପଲ୍ଲୀଶ୍ରୀ କଳା ପରିଷଦ ଦ୍ବାରା ପରିବେଶିତ ସାମାଜିକ ନାଟକ “ମୁଁ ଅନାଥ ତୁ ଜଗନ୍ନାଥ” ମଞ୍ଚସ୍ଥ ହୋଇଥିଲା ।

କଳପଡା ପଞ୍ଚାୟତ ଓ କୂଳସରିଚୁଆଁ ପଞ୍ଚାୟତ ମିଳିତ ଆନୁକୂଲ୍ୟରେ ଏବଂ ବରାଳ ଗ୍ରାମବାସୀଙ୍କ ଅକୁଣ୍ଠ ସାହାଯ୍ୟ ସହଯୋଗରେ ଉକ୍ତ ନାଟକ ଗ୍ରାମାଞ୍ଚଳର ବିଶିଷ୍ଟ କଳାକାର ମାନଙ୍କ ଦ୍ଵାରା ମଞ୍ଚସ୍ଥ ହୋଇ ଖୁବ୍ ସୁନ୍ଦର ଓ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା।ଏହି ସାମାଜିକ ନାଟକ ବିଶିଷ୍ଟ ନାଟ୍ୟକାର ତଥା ନିର୍ଦ୍ଦେଶକ ସୌମେନ୍ଦ୍ର କୁମାର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିଲା ।

ପଲ୍ଲୀଶ୍ରୀ କଳା ପରିଷଦର ସହ ନିର୍ଦ୍ଦେଶକ ଅଧ୍ୟାପକ ପ୍ରଦୀପ୍ତ ବିଶ୍ୱାଳ,ସାଂସ୍କୃତିକ ସମ୍ପାଦକ ନାରାୟଣ ସାସମଲ ଏବଂ ବରାଳ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *