୪୨ ମୌଜା ବିକାଶ ପରିଷଦର ରୌପ୍ୟ ଜୟନ୍ତୀ ପାଳିତ

ରାଜ୍ୟ
Spread the love

କଟକ : ୪୨ ମୌଜା ବିକାଶ ପରିଷଦ ଦ୍ବାରା ପାଳିତ ରୌପ୍ୟ ଜୟନ୍ତୀ ଉତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ପରିଷଦର ସଭାପତି କେଶବ ଚନ୍ଦ୍ର କରଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମାନବାଧିକାର କମିସନର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଶତ୍ରୁଘ୍ନ ପୂଜାରୀ ମୁଖ୍ୟ ଅତିଥି,ପ୍ରଫେସର ଡଃ ହରେକୃଷ୍ଣ ଶତପଥୀ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ।ସମ୍ମାନିତ ଅତିଥି ଭାବରେ, ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଅଭିନେତା ଶ୍ରୀକାନ୍ତ ଗୌତମ ଏବଂ ଅସିତ୍ ଜେନା ଯୋଗଦାନ କରିଥିଲେ । ଡଃ.ବନପ୍ରଭା ପରିଡା ସଭା ସଞ୍ଚାଳନ କରିଥିଲେ।ଏହି ଉତ୍ସବରେ ବୟାଳିଶ ମୌଜା ଅଞ୍ଚଳର ବିଭିନ୍ନ ସ୍କୁଲରେ ସର୍ବୋଚ୍ଚ ନମ୍ବର ରଖିଥିବା ୯୬ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହିତ ଯୁକ୍ତ ୨ ଓ ଯୁକ୍ତ ୩ କଳା ଓ ବିଜ୍ଞାନ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

ବରିଷ୍ଠ ସଭ୍ୟ ରବିନ୍ଦ୍ର ଦେବତା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସରତ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଉପସଭାପତି ଗୌତମ ଚରଣ ପରିଡା,ସହସମ୍ପାଦକ ସୁରେଶ ଚନ୍ଦ୍ର ଦେବତା,କୋଷାଧ୍ଯକ୍ଷ ଭଜକୃଷ୍ଣ ଲେଙ୍କା,ସଂଯୋଜକ ନିକୁଞ୍ଜ ସ୍ଵାଇଁ, ଉପଦେଷ୍ଟା ସେକ୍ କଲିମୁଲ୍ଲା,ଇଂ.ଅଶୋକ କୁମାର ବିଶ୍ବାଳ, ପ୍ରସନ୍ନ ଦଳେଇ, ଧୀରେନ୍ଦ୍ର ଦେବତା, ସାଗର କାନୁନଗୋ,ସୃଜନ ରାଉତ, କୃଷ୍ଣ ଚନ୍ଦ୍ର ଦାସ, ପ୍ରାଧ୍ୟାପକ ବିଜୟ କୁମାର ଦାସ, ବିକ୍ରମ କିଶୋର ପତି, ସୁନିତ କୁମାର ପତି, ବସନ୍ତ ଦେବତା, ଅକ୍ଷୟ ମୁଦୁଲି, ସ୍ୱାର୍ଥମୁକ୍ତ ସେଠୀ, ହେମନ୍ତ ପାତ୍ର, ଅଶୋକ କୁମାର ସେଠୀ,ବିଶ୍ଵଜିତ ପତି, ସୁଶାନ୍ତ ସ୍ଵାଇଁ, ସତ୍ୟବ୍ରତ ମହାନ୍ତି, ଶୁକଦେବ ମହାରଣା,ନାରାୟଣ ଭୋଇ,ତ୍ରିଲୋଚନ ଦଳେଇ,ସଂମ୍ପାଦକ ନାଟ୍ୟ ନିର୍ଦ୍ଦେଶକ ସାହିତ୍ୟିକ ସନ୍ତୋଷ ପତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *