ଓଡ଼ିଶା ହାଇକୋର୍ଟକୁ ବୋମା ଧମକ ମାମଲା, ତାମିଲନାଡ଼ୁରୁ ସନ୍ଦିଗ୍ଧଙ୍କୁ ଜେରା କରି ଫେରିଲା ଓଡ଼ିଶା ପୁଲିସ

ରାଜ୍ୟ
Spread the love

କଟକ : ଓଡ଼ିଶାର ଉଚ୍ଚ ନ୍ୟାୟାଳୟକୁ ଇମେଲ୍‌ ମାଧ୍ୟମରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା। ଏହି ଘଟଣାର ଅନୁସନ୍ଧାନ ଜାରି ରହିଛି। ଓଡ଼ିଶା ପୁଲିସ ତାମିଲନାଡ଼ୁ ଯାଇ ଜଣେ ଅଭିଯୁକ୍ତଙ୍କୁ ପଚରାଉଚରା କରି ଫେରିଛି।
ବିଭିନ୍ନ ରାଜ୍ୟକୁ ବୋମା ଧମକ ଦେଉଥିବା ଘଟଣାରେ ଚଳିତ ବର୍ଷ ୨୨ ତାରିଖରେ ତାମିଲନାଡ଼ୁର ଆତଙ୍କବାଦୀ ନିରୋଧ ସ୍କ୍ବାଡ୍‌ (ଏଟିଏସ୍‌) ଜଣେ ସଫ୍‌ଟୱେୟାର୍‌ ଇଂଜିନିୟର ଶରତ ସୁବ୍ରମଣ୍ୟମ ଶଙ୍କରଙ୍କୁ ଚେନ୍ନାଇ ବିମାନବନ୍ଦରରୁ ଗିରଫ କରିଥିଲା।
କଟକ ପୁଲିସର ଏକ ଟିମ୍‌ ଚେନ୍ନାଇ ପହଞ୍ଚି ଶରତଙ୍କୁ ପଚରାଉଚରା କରି ଫେରିଛି। ମାମଲାର ସମ୍ବେଦନଶୀଳତା ଦୃଷ୍ଟିରୁ ପୁଲିସ ଅନୁସନ୍ଧାନ ସମ୍ପର୍କରେ ବିଶଦ ସୂଚନା ଦେଇନାହିଁ, ତେବେ କହିଛି ଯେ ଯଦି ଆବଶ୍ୟକ ପଡ଼େ ତେବେ ଶରତକୁ ରିମାଣ୍ଡରେ
ଗିରଫ ଶରତ ତାମିଲନାଡୁ ରାଜ୍ୟର ତିରୁନେଲାଭେଳି ଜିଲା ଆମ୍ବାସମୁଦ୍ରମର ବାସିନ୍ଦା ଅଟନ୍ତି। ସେ ଆମେରିକାରେ ଟେକ୍ସାସ ସହରରେ ସଫ୍ଟ୍ଓୟାର୍ ଇଞ୍ଜିନିୟର ଭାବେ କାମ କରୁଥିଲେ। ଇଣ୍ଟରପୋଲ୍‌ର ଲୁକ୍‌ ଆଉଟ୍‌ ନୋଟିସ୍‌ ବଳରେ ତାଙ୍କୁ ‌ତାମିଲନାଡ଼ୁ ପୁଲିସ ବିମାନବନ୍ଦରରୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *