ମାହାଙ୍ଗା : କୁହୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶଙ୍ଖପୁର ଗ୍ରାମର ଧର୍ମପ୍ରାଣା ମହିଳା ପ୍ରମିଳା ମହାନ୍ତିଙ୍କ ଦ୍ଵାଦଶାହ ତିଥିରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସୁରେନ୍ଦ୍ର ମହାନ୍ତିଙ୍କ ସହଧର୍ମିଣୀ ପ୍ରମିଳା ମହାନ୍ତି ଜଣେ ପରୋପକାରୀ, ମିଷ୍ଟଭାଷୀ, ଧର୍ମପ୍ରାଣା ମହିଳା ଥିଲେ | ତାଙ୍କ ସ୍ମୁତିରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶଙ୍ଖପୁର ଠାରେ ପହଂଚି ସ୍ବର୍ଗୀୟା ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |
ଏହି ସ୍ମୁତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଶିକ୍ଷାବିତ ବଟ କିଶୋର ପଣ୍ଡା, ପ୍ରାକ୍ତନ ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସ, ପଣ୍ଡିତ ଅକ୍ଷୟ କୁମାର ପାଣି, ସାମ୍ବାଦିକ ଅଖିଳେଶ ପଦ ମହାନ୍ତି, ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ ମହାନ୍ତି,ପୂର୍ବତନ ନାୟବ ସରପଞ୍ଚ ରମାକାନ୍ତ ପଣ୍ଡା, ଶିକ୍ଷକ ଭାରତ ଭୂଷଣ ଦାସ, ମାଗୁଣି ଚରଣ ସାମଲ, ବ୍ରଜବନ୍ଧୁ ପଲେଇ, ସୋମ୍ୟରଞ୍ଜନ ପଣ୍ଡା, ହେମନ୍ତ ମହାନ୍ତି, ମନୋଜ ମହାନ୍ତି, ତାରାକାନ୍ତ ମହାନ୍ତି, କାମିନୀକାନ୍ତ ମହାନ୍ତି, ନିହାରିକା ମହାନ୍ତି,ସୁବାସ ଦାସ,ଜିତେନ୍ଦ୍ର ମହାନ୍ତି, ବିମ୍ବାଧର ସାହୁ, ପରମାନନ୍ଦ ମହାନ୍ତି, ସରୋଜ ସାହୁ,ସୁଶାନ୍ତ ମହାନ୍ତି, ସୁଧାଂଶୁ ମହାନ୍ତି, ସୁବ୍ରତ ମହାନ୍ତି,ସୀତାଂଶୁ ମହାନ୍ତି,ସୁଜାତା ମହାନ୍ତି, ସୁଷମା ମହାନ୍ତି, ମହେନ୍ଦ୍ର ମହାନ୍ତି, ସୁରେନ୍ଦ୍ର ମହାନ୍ତି, ବିଶ୍ୱଜିତ ମହାନ୍ତି, ଜାନକୀ ମହାନ୍ତି,ତ୍ରୈଲୋକ୍ୟ ମହାନ୍ତି, ଚିତ୍ତରଞ୍ଜନ ମହାନ୍ତି,ବିଭୁଦତ୍ତ ମହାନ୍ତି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |
