ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ସ୍ଥିତ ଜନକଲ୍ୟାଣ ସେବା ସମବାୟ ସମିତି ପରିସରରେ ଚଳିତ ବର୍ଷ ପାଇଁ, ଚାଷୀମାନଙ୍କ ଠାରୁ ଧାନ କ୍ରୟକରିବା ନିମନ୍ତେ, ଗତ ସୋମବାର ପୂର୍ବାହ୍ନ ରେ ଧାନମଣ୍ଡି ଉଦଘାଟନ ଅନୁଷ୍ଠିତ ହୋଇଯାଇଛି | ସମିତିର ସଭାପତି ଅଜୟ କୁମାର ରାଉଳଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଓ ସଭାପତିତ୍ବ ରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଆରଏମଏସ ର ସମ୍ପାଦକ ସୂର୍ଯ୍ୟକାନ୍ତ ଦାସ ଓ ମୁଖ୍ୟବକ୍ତା ରସାୟନବିତ୍ ଆଶୁତୋଷ ଲେଙ୍କା ଯୋଗଦେଇ, ଧାନମଣ୍ଡି ମାଧ୍ୟମରେ କିପରି ଚାଷୀଭାଇମାନେ ଉପକୃତ ହୋଇପାରିବେ, ସେ ବିଷୟରେ ତଥ୍ୟଭିତ୍ତିକ ସବିଶେଷ ବିବରଣୀ ପ୍ରଦାନ କରିଥିଲେ |
ସୋସାଇଟି ର ସମ୍ପାଦକ ପରମାନନ୍ଦ ଦାସ ନିମନ୍ତ୍ରିତ ଅତିଥି ଓ ହିତାଧିକାରୀ ମାନଙ୍କୁ ସ୍ୱାଗତ କରିଥିଲେ | ଏଥିରେ ପରଚେଜିଙ୍ଗ କମିଟି ର ସଦସ୍ୟ ଚିନ୍ତାମଣି ଦାଶ, ବରଦାପ୍ରସାଦ ମହାନ୍ତି, ତୁଷାରକାନ୍ତ ଦାସ, ନୃସିଂହ ଚରଣ ଲେଙ୍କା, ମହେଶ ଚନ୍ଦ୍ର ମହାନ୍ତି ଓ କ୍ଷୀରୋଦ ସେଠି ପ୍ରମ୍ମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ | ଚାଷୀମାନଙ୍କ ମଧ୍ୟରେ ଧୀରେନ୍ଦ୍ର କୁମାର ସାହୁ, ସର୍ବେଶ୍ୱର ଭଟ୍ଟ, ପ୍ରିତମ ମହାନ୍ତି, ବିଭୁଦତ୍ତ ମହାନ୍ତି, ପର୍ଶୁରାମ ଭଟ୍ଟ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ | ଡିଇଓ ଚିରଞ୍ଜିବି ରାଉଳ, କିରାଣୀ ଶୁଭକାନ୍ତ ବେହେରା, ଉପସଭାପତି ଲକ୍ଷ୍ମୀପ୍ରିୟା ସାହୁ ଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହୋଇଥିବା ବେଳେ ସହସମ୍ପାଦକ ପ୍ରକାଶ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
