ଗଞ୍ଜେଇ ହେରଫେର ମାମଲାରେ ଫୁଲବାଣୀ ସଦର ଥାନା ଅଧିକାରୀ ନିଲମ୍ବିତ

ଅପରାଧ କନ୍ଧମାଳ ରାଜ୍ୟ
Spread the love

ଫୁଲବାଣୀ,୫/୧୨: କନ୍ଧମାଳ ଜିଲା ଫୁଲବାଣୀ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକଙ୍କୁ ରାଜ୍ୟ ଗୃହ ବିଭାଗ ନିଲମ୍ବନ କରିଛି। ତାଙ୍କ ନାମରେ ଗୁରୁତର ଅଭିଯୋଗ ଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବର୍ତ୍ତମାନ ସେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜିଙ୍କ ଅଧୀନରେ କାର୍ଯ୍ୟ କରିବେ।ନିକଟରେ ସତୀଶ ଇନ୍ସପେକ୍ଟରରୁ ଡିଏସ୍‌ପି ପଦବୀକୁ ପଦୋନ୍ନତି ପାଇଥିଲେ। ମିଳିଥିବା ସୂଚନା ଅନୁସାରେ ସଦର ଥାନା ପୋଲିସ ୬ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିଲା। ସେଥିରୁ ୨ କୁଇଣ୍ଟାଲର ହିସାବ ମିଳୁନାହିଁ । ସତୀଶ ଏହି କାର୍ଯ୍ୟରେ ଲିପ୍ତଥିବା ନେଇ ଜଣାପଡିବା ପରେ ତାଙ୍କ ନାମରେ ସରକାରଙ୍କ ପାଖରେ ଅଭିଯୋଗ କରାଯାଇଥିଲା । ସେହି ଅନୁସାରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ତାଙ୍କ ନାମରେ ବିଭାଗୀୟ ତଦନ୍ତ ଚାଲିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *