‘ସୁଭଦ୍ରା ପୋର୍ଟାଲରେ OPT OUT ହୋଇଥିଲେ ପୁଣି କରିହେବ Log In’

ରାଜ୍ୟ
Spread the love

ସୁଭଦ୍ରା ଯୋଜନାରେ ଆବେଦନ ବେଳେ ଭୁଲରେ ହେଉ କି ଅନ୍ୟ କେଉଁ କାରଣରୁ ହେଉ, OPT OUT ହୋଇଥିବା ହିତାଧିକାରୀମାନଙ୍କ ପାଇଁ ନୂଆ ବ୍ୟବସ୍ଥା। OPT OUT ହୋଇଥିବା ଲୋକଙ୍କ ପାଇଁ ସୁଭଦ୍ରା ପୋର୍ଟାରଲେ ପୁଣି ଥରେ ଲଗ୍ ଇନ ସହ ଅପ୍ଟ ଇନର ବ୍ୟବସ୍ଥା କରାଯାଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

ସୋଶାଲ ମିଡ଼ିଆ Xରେ ଉଲ୍ଲେଖ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏ ସମ୍ପର୍କରେ ଅନେକ ଗୁଡିଏ ଅଭିଯୋଗ ଆସିବା ପରେ ଏହାକୁ ପ୍ରାଥମିକତା ଦେଇ ସମସ୍ୟାର ସମାଧାନ କରାଯାଇଛି। ବିଶେଷକରି ଭୁଲରେ OPT OUT ହୋଇଯାଇଥିବା ‘ସୁଭଦ୍ରା ହିତାଧିକାରୀ’ଙ୍କ ପାଇଁ ପୋର୍ଟାଲରେ ବ୍ୟବସ୍ଥା ହୋଇଛି।

ଯେଉଁମାନେ OPT IN କରିବାକୁ ଚାହୁଁଛନ୍ତି ସେମାନେ ପୋର୍ଟାଲରେ ପ୍ରଥମେ LOG IN କରିବେ ଏବଂ OPT IN କରିପାରିବେ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା’ ସହାୟତା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଗତ ବର୍ଷ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ହିତାଧିକାରୀଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳି ସାରିଛି। ଡିସେମ୍ବର ୨୫ ତାରିଖରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ହିତାଧିକାରୀଙ୍କୁ ତାହା ମିଳି ନ ଥିଲ। ତେଣୁ ଚଳିତ ବର୍ଷ ୩ ଥର ସୁଭଦ୍ରା ଯୋଜନା ଟଙ୍କା ମିଳିବ ବୋଲି ଜଣାଯାଇଛି।

ଚଳିତ ବର୍ଷ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଏଥିସହ ମାର୍ଚ୍ଚ ୮ ଓ ରକ୍ଷା ବନ୍ଧନରେ ବି ସୁଭଦ୍ରା ଟଙ୍କା ମିଳିବ। ତେଣୁ ଚଳିତ ବର୍ଷ ମହିଳା ହିତାଧିକାରୀମାନେ ୩ ଥର ସୁଭଦ୍ରା ଟଙ୍କା ପାଇବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Leave a Reply

Your email address will not be published. Required fields are marked *