କଟକ : କଟକସଦର ୪୨ ମୌଜାସ୍ଥିତ ବରାଳ ଗ୍ରାମର ଏକ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ବାମିଜୀ ଯୁବକ ସଂଘ ତାର ୨୯ ତମ ବାର୍ଷିକ ଉତ୍ସବ ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣ (ବରାଳ) ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଅଛି । ଉଦଘାଟନ ସଭାରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ସମରେନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ ଡ଼ଃ ବିଶ୍ୱଜିତ୍ ରାୟ,ସମାଜସେବୀ ଅଜୟ କୁମାର ଭୂୟାଁ,ସମାଜସେବୀ ବିଜୟ କୁମାର ନାୟକ,ମୁଖ୍ୟ ବକ୍ତା ଭାବେ ଅଧ୍ୟାପିକା ନମିତା ପଟ୍ଟନାୟକ, ଗାଳ୍ପିକା ତେଜସ୍ଵିନୀ ପଣ୍ଡା ,ଅଭୟ ମହାପାତ୍ର,ବିଶିଷ୍ଟ ସମାଜସେବୀ ସୁବାଷ ଚନ୍ଦ୍ର ସାହୁ,ସଂଘର ପ୍ରତିଷ୍ଠାତା ଇଂ ବିରଞ୍ଚି ନାରାୟଣ ଭୂୟାଁ ସଭାପତିତ୍ବ କରିଥିଲେ ।
ସଂଘ ତରଫରୁ ବିଭିନ୍ନ ପ୍ରତିଯୋଗିତା ତଥା – ଭାଷଣ,ସାଧାରଣ ଜ୍ଞାନ,ଚିତ୍ରାଙ୍କନ,ରଚନା,ଏକକ ନୃତ୍ୟ,ଗୋଷ୍ଠୀ ନୃତ୍ୟ,ମଞ୍ଚ ପ୍ରଶ୍ନୋତ୍ତର ଆଦି ଆୟୋଜନ କରାଯାଇଥିଲା । ଏଥିରେ ୪୫ ଟି ବିଦ୍ୟାଳୟ,୪ଟି ମହାବିଦ୍ୟାଳୟ ର ସର୍ବମୋଟ ୩୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।ଏଥି ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୩୦ ଜଣ ବ୍ୟକ୍ତି ଓ ୫ଟି ଅନୁଷ୍ଠାନକୁ ସମ୍ବର୍ଦ୍ଧନା କରାଯାଇଥିଲା ।
ଉଦଯାପନ ସଭାରେ ୟୁନିଅନ୍ ଫର୍ କଟକ ସଦର ର ସଭାପତି ପ୍ରଫେସର ମନୋଜ କୁମାର ନାୟକ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ଶିକ୍ଷାବିତ୍ ପ୍ରଦୀପ୍ତ କୁମାର ବିଶ୍ବାଳ,ବରେଣ୍ୟ ଅତିଥି ବୈଜ୍ଞାନିକ ଅନିଲ ପ୍ରଧାନ,ସ୍ଵତନ୍ତ୍ର ସମ୍ମାନିତ ଅତିଥି ଓଡ଼ିଆ ସିନେତାରକା ସୁଶ୍ରୀ ସବିତା ଓ ଶିଭାଂଶ,ଯୁବ ସମାଜସେବୀ ଆଶୁତୋଷ ଭୂୟାଁ,ସମାଜସେବୀ ଶ୍ରୀଯୁକ୍ତ ରବି ନାରାୟଣ ସାହୁ ଓ ଅମ୍ରିଣ୍ଟା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗ ଦେଇଥିଲେ।
ପ୍ରତିଯୋଗିତା ଓ ମଞ୍ଚ ପରିଚାଳନାରେ ସମ୍ପାଦକ ସୁରଜ୍ ବେହେରା ,ସାଂସ୍କୃତିକ ସମ୍ପାଦିକା ପ୍ରଗତି ସ୍ୱାଇଁ,ସଭାପତି ସୁଜାତା ପରିଡ଼ା , ଉପସଭାପତି ମଦନ ରାଉତ,କୋଷାଧ୍ୟକ୍ଷ ଦେବିପ୍ରସାଦ ରାଉତରାୟ,କୋଷାଧ୍ୟକ୍ଷା ପ୍ରଣତି ସ୍ୱାଇଁ,ସହ ସାଂସ୍କୃତିକ ସମ୍ପାଦକ ପ୍ରଦୀପ କୁମାର ଭୂୟାଁ, କଲ୍ୟାଣ ଅଧିକାରୀ ଆଦିତ୍ୟ ଭୂୟାଁ,ସଂଯୋଜକ ଶ୍ରୀକାନ୍ତ ବେଉରା,କ୍ରୀଡା ସମ୍ପାଦକ ନିହାର ରଞ୍ଜନ ଭୂୟାଁ,ସଭ୍ୟା ମେରୀ ପାଣି,ଶ୍ୱେତା ରାଉତ,ଦମୟନ୍ତୀ ସାହୁ,ଦୀପିକା ସାହୁ, ସ୍ୱପ୍ନାରାଣୀ ବେହେରା ଓ ସଭ୍ୟ ପବିତ୍ର ବେଉରା,କବିକିଶନ ରାଉଳ,ରଞ୍ଜିତ ଭୂୟାଁ ,ଶୁଭମ୍ ସାହୁ,ରୂପ ନାରାୟଣ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । ସର୍ବଶେଷରେ ସଂଘର ମୁଖ୍ୟ ପରିଚାଳକ ସେବକ ସୂର୍ଯ୍ୟ ନାରାୟଣ ଭୂୟାଁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
