Images (2)

ଯୌତୁକ ପାଇଁ ପେଟ୍ରୋଲ ଢାଳି ବୋହୂକୁ ଜାଳିଲେ ଶାଶୂ ଓ ଦିଅର, ଡାକ୍ତରଖାନାରେ ଭର୍ତ୍ତି

ରାଜ୍ୟ
Spread the love

ଖଲ୍ଲିକୋଟ: ଯୌତୁକ ପାଇଁ ପେଟ୍ରୋଲ ଢାଳି ବୋହୂକୁ ଜାଳିଲେ ଶାଶୂ ଓ ଦିଅର। ବୋହୂ ଆରତୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବୋହୂ ଆରତୀ। ଖଲ୍ଲିକୋଟ କହ୍ନେଇପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ସୂଚନା ଅନୁଯାୟୀ, ସ୍ବାମୀ ଆକାଶ ପରିଡ଼ା ଦୁଇ ବର୍ଷ ପୂର୍ବେ ଆରତୀଙ୍କୁ ପ୍ରେମ ବିବାହ କରିଥିଲେ। ଆରତୀଙ୍କ ଶାଶୂ ଯୌତୁକ ପାଇଁ ଆରତୀଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେବା ନେଇ ଆରତୀଙ୍କ ବାପା ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଶାଶୂ ବୋହୂଙ୍କ ଭିତରେ ବଚସା ହୋଇଥିଲl। ଆଜି ସକାଳୁ ଆରତୀର ଦିଅର ପ୍ରକାଶ ଓ ଶାଶୂ ଉଭୟ ମିଶି ଆରତୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇ ମାରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।
ଆକାଶ ପରିଡ଼ା ଦୁଇ ବର୍ଷ ପୂର୍ବେ ଆରତୀଙ୍କୁ ପ୍ରେମ ବିବାହ କରିଥିଲେ। ଆରତୀଙ୍କ ଶାଶୂ ଯୌତୁକ ପାଇଁ ଆରତୀଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେବା ନେଇ ଆରତୀଙ୍କ ବାପା ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଶାଶୂ ବୋହୂ ଭିତରେ ବଚସା ହୋଇଥିଲl। ଆଜି ସକାଳୁ ଆରତୀର ଦିଅର ପ୍ରକାଶ ଓ ଶାଶୂ ଉଭୟ ମିଶି ଆରତୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇ ମାରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।
ଏଣେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଆରତୀଙ୍କୁ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଶରୀରର ୪୦% ପୋଡ଼ିଯାଇଥିବା ବେଳେ ଡାକ୍ତର ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରଣ କରିଛନ୍ତି। ମେଡିକାଲରେ ପୁଲିସ୍ ପହଞ୍ଚି ଅଧିକ ପଚରାଉଚରା କରିଛି।

Leave a Reply

Your email address will not be published. Required fields are marked *