ରସୁଲପୁର ଜାମିଆଅଲ ହବିବରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ: ଦେଶ ମାତୃକାର ସେବା ପାଇଁ ଶପଥ

ଜଗତସିଂହପୁର ଜିଲା ଖବର ରାଜ୍ୟ
Spread the love

ଝଙ୍କଡ଼: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ବିରିତୋଳ ପଞ୍ଚାୟତ ଅନ୍ତର୍ଗତ ରସୁଲପୁର ସ୍ଥିତ ‘ଜାମିଆଅଲ ହବିବ’ ଅନୁଷ୍ଠାନ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି।

ଏହି ଅବସରରେ ବିଶିଷ୍ଟ ସମାଜସେବୀ ଗୁଲାମ ରବାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଉପସ୍ଥିତ ସମସ୍ତଙ୍କୁ ଉଦବୋଧନ ଦେଇ ସେ କହିଥିଲେ ଯେ, ରାଷ୍ଟ୍ରର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ। ଦେଶ ମାତୃକାର ସେବା ପାଇଁ ଆମେ ସମସ୍ତେ ନିଜକୁ ଉତ୍ସର୍ଗ କରିବା ଉଚିତ ବୋଲି ସେ ଆହ୍ୱାନ ଦେଇଥିଲେ। ଅନୁଷ୍ଠାନର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସମବେତ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇ ପରିବେଶକୁ ଦେଶପ୍ରେମରେ ପ୍ଲାବିତ କରାଯାଇଥିଲା।

ଏହି ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ବାଦଲ ବିଶ୍ୱାଳ, ଶିକ୍ଷକ ଆସିକ ଖାନ, ଫଇଜାନ ରାଜା, ଆବୁତାହିର ଖାନ ଏବଂ ସ୍ଥାନୀୟ ସମାଜସେବୀ ଶେଖ ଲତିଫ ଉଦ୍ଦିନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରମାନଙ୍କୁ ପ୍ରଶଂସା ପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ଥାନୀୟ ବାସିନ୍ଦା ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ସାଧାରଣତନ୍ତ୍ର ଦିବସର ଏହି ପାଳନ ସଫଳ ହୋଇଥିଲା।

Leave a Reply

Your email address will not be published. Required fields are marked *