ମାହାଙ୍ଗାର କୋଳିଅଠା ଠାରେ ଜଳ ଅର୍ପଣ ଦିବସ ଉପଲକ୍ଷେ ୨୨୦ କିଲୋ ଲିଟର ପାଣି ଟାଙ୍କି ଉଦଘାଟିତ

ରାଜ୍ୟ
Spread the love

ପ୍ରତ୍ୟେକ ପରିବାର ଦୈନିକ ପାଇବେ ୭୦ ଲିଟର ବିଶୁଦ୍ଧ ପିଇବା ପାଣି
ମାହାଙ୍ଗା ( ଅଜୟ କୁମାର ମହାନ୍ତି ) : କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ବ୍ଲକର କୋଳିଅଠା ପଂଚାୟତ ଠାରେ ଜଳ ଅର୍ପଣ ଦିବସ ପାଳନ ଅବସରରେ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ନିର୍ମିତ ଏକ ୨୨୦ କି.ଲି. ପାଣି ଟାଙ୍କିକୁ ମାହାଙ୍ଗା ବିଧାୟକ ଶ୍ରୀଯୁକ୍ତ ଶାରଦା ପ୍ରସାଦ ପ୍ରଧାନ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା କୋଳିଅଠା ପଂଚାୟତର ପ୍ରତ୍ୟେକ ଘରେ ଦୈନିକ ସତୁରି ଲିଟର ବିଶୁଦ୍ଧ ପିଇବା ପାଣି ପହଂଚି ପାରିବ ବୋଲି ସେ ପ୍ରକାଶ କରିବା ସହ ଖୁବ୍ ଶୀଘ୍ର ମାହାଙ୍ଗା ର ଅନ୍ୟାନ୍ୟ ଅଞ୍ଚଳରେ ସମାନ ସୁବିଧା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ପାନୀୟ ଜଳ ଓ ପରିମଳ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରୌପ୍ୟ ରଞ୍ଜନ ବେହେରାଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ଜିଲ୍ଲା ପାନୀୟ ଜଳ ଓ ପରିମଳ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଅଭିମନ୍ୟୁ ଦାସ,ଏପିଡି ବନ୍ଦନା ଖଟୁଆ, ବିଡିଓ ସୁଭାଶିଷ ପାଲଟା ଯୋଗଦେଇ ଜଳ ଅର୍ପଣ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସହକାରୀ ଯନ୍ତ୍ରୀ ବୈଷ୍ଣବ ଚରଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କୃତୀ ଛାତ୍ର ଛାତ୍ରୀ, ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ଭକ୍ତ ଚରଣ ସ୍ୱାଇଁ, ଅରୁଣ ସେଠୀ, ମନୋରଞ୍ଜନ ବିଶ୍ଵାଳ, ନିର୍ମଳ ରାଉତ ଏବଂ ଜଳ ପରିମଳ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *