ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ ସଁଅରା ପଞ୍ଚାୟତ ଅନ୍ତର୍ଗତ ବରୁଣପଡା ଗ୍ରାମର ସ୍ୱାମୀ ବିବେକାନନ୍ଦ ଯୁବକସଙ୍ଘ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପ୍ରାକ୍ତନ ପ୍ରଧାନଶିକ୍ଷକ ବୀରକିଶୋର ମହାନ୍ତି ଜାତୀୟପତାକା ଉତ୍ତୋଳନ କରିଥିବା ବେଳେ, ସନ୍ଧ୍ୟାରେ ଗ୍ରାମର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମବୋଧ ସଙ୍ଗୀତ, ବକ୍ତୃତା ଓ ନୃତ୍ୟ ଆଦି ପ୍ରତିଯୋଗିତା କରାଯାଇ ବିଜେତା ମାନଙ୍କୁ ନିମନ୍ତ୍ରିତ ଅତିଥି ମାନେ, ପ୍ରଶଂସାପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନକରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ । ତେବେ ଏହି ସମସ୍ତ କାର୍ଯ୍ୟକ୍ରମରେ ଗୋବିନ୍ଦ ଚନ୍ଦ୍ର ଭୂୟାଁ, ନିହାର କୁମାର ମହାନ୍ତି, ଗୌରୀକାନ୍ତ ସ୍ୱାଇଁ, ଉତ୍ତମ ଭୂୟାଁ ଓ ପ୍ରାଣନାଥ ମିଶ୍ର ନିମନ୍ତ୍ରିତଅତିଥି ଭାବେ ଯୋଗଦେଇ ଥିବାବେଳେ, ସେମାନଙ୍କୁ ମଧ୍ୟ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ କୁ ପ୍ରାକ୍ତନ ପ୍ରଧାନଶିକ୍ଷକ ନରୋତ୍ତମ ଭୂୟାଁ, ସୌମ୍ୟରଞ୍ଜନ ସାହୁ, ସ୍ୱରାଜ ପ୍ରକାଶ ଭୂୟାଁ ଓ ସ୍ବପ୍ନସରିତ ପରିଡା ପରିଚାଳନା କରିଥିଲେ ।
