ଝଙ୍କଡ଼ : ସନାତନ ହିନ୍ଦୁଧର୍ମ, ଆଜି ଘୋର ଶଙ୍କଟ ମଧ୍ୟରେ ଗତି କରୁଛି । ବିଶ୍ୱର ସର୍ବପୁରାତନ ଏହି ହିନ୍ଦୁଧର୍ମ ର ସୁରକ୍ଷା ଓ ବିକାଶ ନିମନ୍ତେ ଆମକୁ ଜାଗ୍ରତ ହେବାକୁ ପଡିବ ବୋଲି ତିର୍ତ୍ତୋଲ ବ୍ଲକ ସଁଅରା ପଞ୍ଚାୟତର ବାଲିପଡ଼ିଆ ଠାରେ, ଗତ ଜନରାଜ୍ୟ ଦିବସ ଦିନ, ମୂଳିସିଂହ ମଣ୍ଡଳ, ଆନୁକୂଲ୍ୟରେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ କୁ ସ୍ଥାନୀୟ ମହିଳା (ମାତୃଶକ୍ତି ) ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ, କଟକ ଶାଖା ର କୁଟୁମ୍ବ ପ୍ରବୋଧନ ପ୍ରମ୍ମୁଖ ରବିନାରାୟଣ ମିଶ୍ର, ମୁଖ୍ୟବକ୍ତା ଭାବେ ଯୋଗଦେଇ ହିନ୍ଦୁଧର୍ମର ନିତି ନିୟମ ଓ ମୌଳିକ ପରମ୍ପରା ଉପରେ ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ ।
ସମ୍ମାନିତ ଅତିଥି ଭାବରେ ଜଗତସିଂହପୁର ଜିଲ୍ଲା ବୈଦିକ ପ୍ରମ୍ମୁଖ ନାରାୟଣ ନନ୍ଦ ଯୋଗଦେଇଥିବାବେଳେ, ସ୍ମୃତିରଞ୍ଜନ ରାୟ ଓ ପଣ୍ଡିତ ଦେବୀପ୍ରସାଦ ତ୍ରିପାଠୀ ରାମଧୂନ ଗାନ କରିଥିଲେ । ସ୍ୱତନ୍ତ୍ର ଅତିଥିଭାବେ ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା, ସ୍ଥାନୀୟ ସରପଞ୍ଚ ବିକ୍ରମକିଶୋର ସ୍ୱାଇଁ ମଞ୍ଚମଣ୍ଡନ କରିଥିବାବେଳେ ଯୁବସମାଜସେବୀ ନିହାର କୁମାର ମହାନ୍ତି, ଯୁଧିଷ୍ଠିର ସ୍ୱାଇଁ, ଚନ୍ଦନ ଷଡ଼ଙ୍ଗୀ,ବିଶ୍ୱନାଥ ସ୍ୱାଇଁ ଓ ସ୍ୱପ୍ନସରିତ ପରିଡା (ଜଗା ) ପ୍ରମ୍ମୁଖ ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତେବେ ଏହି ହିନ୍ଦୁଜାଗରଣ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳ ର ଶତାଧିକ ଧର୍ମପ୍ରେମୀ ଜନସାଧାରଣ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା ।
