50fedc9d 26b4 4946 9569 B915d31b6f2e

ମାଆ ସାରଳାଙ୍କ ଝାମୁଯାତ୍ରାରେ ଲକ୍ଷାଧିକ ଭକ୍ତ ସମାଗମ : ମନ୍ଦିର ବେଢ଼ାରେ ପାନୀୟ ଜଳର ଅବ୍ୟବସ୍ଥା ଯୋଗୁଁ ଯାତ୍ରୀ ହନ୍ତସନ୍ତ

ରାଜ୍ୟ
Share

ଜଗତସିଂହପୁର/ଝଙ୍କଡ଼ :  ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀଙ୍କ ଝାମୁଯାତ୍ରା ଉପଲକ୍ଷେ ପ୍ରାୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା ।  ତିନି ପାଖରୁ ପ୍ରବେଶ ପଥର କିଛି ବାଟ ପୁର୍ବରୁ, ପୋଲିସ ପ୍ରଶାସନ ପକ୍ଷରୁ, ଯାନବାହାନ ଚଳାଚଳ ନିଷିଦ୍ଧ କରାଯାଇଥିବାରୁ ଯାତାୟାତ ଓ ଶୃଙ୍ଖଳିତ ଦର୍ଶନ ପାଇଁ ସୁବିଧା ହୋଇଥଲା ।  ହିନ୍ଦୁ ନବବର୍ଷ ର ପ୍ରଥମ ଦିନ, ଏହି ମହାବିଷୁବ ପଣା ସଂକ୍ରାନ୍ତି ଝାମୁଯାତ୍ରା ପାଳିତ ହେଉଥିବାରୁ ପ୍ରାତଃ ସମୟରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଭିଡ ଲାଗିରହିଥିଲା ।  ଦୂର ଦୁରାନ୍ତ ରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତ ଓ ଯାତ୍ରୀ ମାନେ ମାଆଙ୍କୁ ପଣା ଓ ଛତୁଆ ଭୋଗ ଲାଗି କରାଇଥିଲେ। ମଧ୍ୟାହ୍ନରେ ମାଆଙ୍କ ଚଳନ୍ତି ପ୍ରତିମା ଙ୍କୁ ଏକ ସୁସଜ୍ଜିତ ବିମାନ ଆରୋହଣ କରାଯାଇ, ବର୍ଣ୍ଣାଢ଼୍ୟ ପଟୁଆର ରେ, ପ୍ରାଚୀନ ପୀଠ ସ୍ଥଳି ବଡ଼ ସାରୋଳ ଗ୍ରାମର ଲଣ୍ଡାଦେଉଳ ସ୍ଥିତ ଝାମୁଯାତ୍ରା ପଡ଼ିଆ କୁ ନିଆଯାଇଥିଲା। ସେଠାରେ ପଇଡଜଳ ଓ ପଣା ହାଣ୍ଡି ଭୋଗକରାଯିବା ପରେ, ପ୍ରଜ୍ବଳିତ ଅଗ୍ନିଶିକ୍ଷା ମଧ୍ୟରେ ଖାଲି ପାଦରେ ଚାଲି ଚାଲି, ଘଟଦଣ୍ଡ ଧାରି ସେବାୟତ ମାନେ ଦେବୀଶକ୍ତିର ଅଲୌକିକ ମହା ମହିମାଲୀଳା ପ୍ରଦର୍ଶନ କରିଥିଲେ, ପରେ ପରେ ସ୍ୱପୀଠ କୁ ଫେରିଆସିବା ପରେ ଅନ୍ୟାନ୍ୟ ନୀତି କାନ୍ତି ସମ୍ପନ୍ନ ହୋଇଥିଲା।

0b45c037 3d31 4c09 A960 056d7addfd1a

ଜଗତସିଂହପୁର ଜିଲ୍ଲାର ସହକାରୀ ଜିଲ୍ଲାପାଳ ତଥା ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ଜେନା , ତିର୍ତ୍ତୋଲ ତହସିଲଦାର ଅଜୟ କୁମାର ମହାନ୍ତି, ତିର୍ତ୍ତୋଲ ଥାନା ଏସ ଡି ପି ଓ ଚିନ୍ମୟ ରାଉତ, ଆଇ ଆଇ ସି ପ୍ରଦୀପ କୁମାର ସେଠୀ, କନକପୁର ପୋଲିସ ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ଭୋଳ , ମନ୍ଦିର ପ୍ରଶାସନିକ ଅଧିକାରୀ ବରଦା ପ୍ରସାଦ ମହାନ୍ତି ଙ୍କ ସମେତ ତିର୍ତ୍ତୋଲ ବ୍ଲକ ର ବିଭିନ୍ନସରକାରୀ ବିଭାଗୀୟ ଅଧିକାରୀ ମାନେ ଏଠାରେ ଉପସ୍ଥିତ ରହି ଏହି ସର୍ବବୃହତ୍ତମ ଜନବହୁଳ ଝାମୁ ଯାତ୍ରା ର ସୁପରିଚାଳନା କରିଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗର ଅନିୟମିତତା ଯୋଗୁ ଯାତ୍ରୀ ଓ ପର୍ଯ୍ୟଟକ ମାନେ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥିଲା। ସାରଳା ହାଟ ସ୍ଥିତ ହନୁମାନ ମନ୍ଦିରରେ, ସାରଳା ମନ୍ଦିର ଦକ୍ଷିଣ ପାର୍ଶ୍ଵରେ, ସାରଳା ଯୁବକ ସଂଘ ଆନୁକୂଲ୍ୟରେ ଓ ମୂଳିସିଂହ ସିଂହସାହି ରେ ସ୍ଥାନୀୟ ଯୁବକ ମାନଙ୍କ ଦ୍ଵାରା ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। ପୁରୀ ର ଜାଗା ଚାକର ସେବା ସଙ୍ଗଠନ ତରଫରୁ କନକପୁର ବଜାର ପଡ଼ିଆ ରେ ଟଙ୍କ ତୋରାଣି ପିଇବାକୁ ଦିଆ ଯାଉଥିବା ବେଳେ , ସାରଦା ଏକାଡେମୀ ର ବିଭିନ୍ନବ୍ୟାଚ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ କେତେକ ସ୍ଥାନରେ ଜଳଛତ୍ର ମାନ ଖୋଲାଯାଇଥିଲା, ତିର୍ତ୍ତୋଲ ସତ୍ୟସାଇ ସେବା ସଙ୍ଗଠନ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମନ୍ଦିର ବେଢ଼ା ର ସ୍ବଚ୍ଛତା ଓ ଥଣ୍ଡା ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା କରାଯାଇଥିଲା ଏହି ଅବସରରେ ହିନ୍ଦୁ ନବବର୍ଷ ରେ ବହୁ ସାଧୁ ସନ୍ଥ ମହାତ୍ମା, ଜ୍ଞାନୀ ଗୁଣି ବିଦ୍ୱାନ ପଣ୍ତିତ, ଜନପ୍ରତିନିଧି , କବି ଲେଖକ କଳାକାର ଓ ସାରସ୍ୱତ ସାଧକ ମାନେ ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ଆସିଥିବାର ଦେଖିବକୁ ମିଳିଥିଲା।

Leave a Reply

Your email address will not be published. Required fields are marked *