ବରଗଡ଼ରେ ମହମ୍ମଦ ଜୟନ୍ତୀ ମହା ସମାରୋହରେ ପାଳିତ

ବରଗଡ଼
Spread the love

ବରଗଡ଼୫/୯: ଶୁକ୍ରବାର ଦିନ ସହରରେ ଇସଲାମ ଧର୍ମର ପ୍ରତିଷ୍ଠାତା ପ୍ରଫେଟ ହଜରତ ମହମ୍ମଦ ସାହବଙ୍କ ୧୫୦୦ତମ ଜନ୍ମଜୟନ୍ତୀ ଆଧ୍ୟାତ୍ମିକ ଏବଂ ଉତ୍ସାହ ସହ ପାଳିତ ହୋଇ ଯାଇଛି । ଏହି ଅବସରରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଏକ ଭବ୍ୟ ଶୋଭାଯାତ୍ରା ବାହାର କରି ମହମ୍ମଦ ସାହିବଙ୍କ ବ୍ୟକ୍ତିତ୍ୱ ଏବଂ ଜୀବନ ଆଦର୍ଶ ଉପରେ ଆଲୋକପାତ କରିଥିଲେ।

ବରଗଡ଼ ସୁନ୍ନି ବରେଲବୀ ଜାମା ମସଜିଦରୁ ଶୋଭାଯାତ୍ରା ବାହାରି ଲେଙ୍ଗୁ ମିଶ୍ର ଛକ , ଏସପି ଅଫିସ ଛକ ଏବଂ ଗାନ୍ଧୀ ଛକ ଦେଇ ଡ୍ୟାମ କଲୋନୀ ସ୍ଥିତ ଇଦଗାହରେ ପହଞ୍ଚିଥିଲା । ଏହି ରାଲିରେ ସମ୍ପ୍ରଦାୟର ଶହ ଶହ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ। ଇଦଗାହ ରେ ପହଞ୍ଚିବା ପରେ ଜମା ମସଜିଦର ଇମାମ ଏବଂ ନୁରୀ ମସଜିଦର ଇମାମଙ୍କ ନେତୃତ୍ୱରେ ମହମ୍ମଦଙ୍କ ପତାକା ଉତ୍ତୋଳନ କରାଯାଇଥିଲା ଏବଂ ବିଶ୍ୱ ଶାନ୍ତି ପାଇଁ ସାମୂହିକ ପ୍ରାର୍ଥନା କରାଯାଇଥିଲା। ଆୟୋଜକ କମିଟିର ମୁଖ୍ୟ ଶେଖ ଅସଗର କଲୁୱା, ଶେଖ ନଜିମୁଦ୍ଦିନ, ଏମଡି ନଇମ (ସଦର ଜାମା ମସଜିଦ), ଏମଡି ଅବରାମ ଆଲାମ ବିକି (ସଚିବ), ଏମଡି ମୋହସିନ୍ କୁରେଶି (କ୍ୟାସିୟର), ଏମଡି ଆସ୍କାଲାନି (ସଦର ନୁରୀ ମସଜିଦ), ଗୁଲାମ ରସୁଲ ରାଜୁ (କୋଷାଧ୍ୟକ୍ଷ), ଏମଡି ନିଜାମ, ଏମଡି ରାଜୁ, ଏମଡି ବବଲି, ଏମଡି ଅଜହରୁଦ୍ଦିନ, ସବିରୁଲ୍ଲା ଅଖତର, ଅବଦୁଲ ଇମ୍ରାନ, ଏମଡି ଇସ୍ମାଇଲ, ଏମଡି ବେଲାଲ ଆଲାମ, ଏମଡି ଅଲତାଫ, ଏମଡି ସଲମାନ ଖାନ, ଶେଖ ସାୟୁମ, ଶେଖ କାୟୁମ, ଅସଲମ କୁରେଶି, ଶେଖ ଶାନ, ସୟଦ ଅସଲମ, ଆକିଲ ଅହମ୍ମଦ ଅନସାରୀ, ଏମଡି ଆଲାଉଦ୍ଦିନ, ଏମଡି ରଫିକ୍ ସକ୍ରିୟ ଭାବରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *