ବରଗଡ଼,୩/୧୧ ବରଗଡ଼ ଜିଲା ବରପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ୨ କର୍ମଚାରୀ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ଵାରା ଧରାପଡ଼ିଛନ୍ତି। ଅନ୍ୟ ଜଣେ କର୍ମଚାରୀଙ୍କ ବକେୟା ଦରମା କ୍ଲିଅର କରିବା ଲାଗି ୭ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ସେମାନଙ୍କୁ ଧରିଛନ୍ତି। ଅଭିଯୁକ୍ତଦ୍ଵୟ ହେଲେ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଆକାଉଣ୍ଟାଣ୍ଟ ଶେଖରଚନ୍ଦ୍ର ସାହୁ ଏବଂ ପିଅନ ତମନ୍ନା ସାହୁ।ସୂଚନା ଅନୁସାରେ, ସ୍ଵାସ୍ଥ୍ୟକେନ୍ଦ୍ରର ଜଣେ ସ୍ଵାସ୍ଥ୍ୟକର୍ମୀ ବକେୟା ଦରମା କ୍ଲିଅର କରିବାକୁ ଆକାଉଣ୍ଟାଣ୍ଟ ଶେଖରଙ୍କୁ ଅନୁରୋଧ କରିଆସୁଥିଲେ। ୩ ମାସ ବିତିଯିବା ସତ୍ବେ ସେ ଦରମା ରିଲିଜ କରି ନ ଥିଲେ। ବରଂ ୭ ହଜାର ଟଙ୍କା ଦାବି କରିଥିଲେ। ଯାହାଫଳରେ ସ୍ଵାସ୍ଥ୍ୟକର୍ମୀ ଜଣକ ଏ ସମ୍ପର୍କରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଶନିବାର ସ୍ଵାସ୍ଥ୍ୟକର୍ମୀ ଜଣକ ପୋନ୍ ପେ’ ଜରିଆରେ ଶେଖର ଟଙ୍କା ଗ୍ରହଣ କରିବା ସମୟରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ମାଡ଼ି ବସିଥିଲେ।
