ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୧୪ତମ ଦିନରେ ୧. ୨୨ କୋଟି ଟଙ୍କା ମୂଲ୍ୟର ବେଆଇନ ସାମଗ୍ରୀ ଜବତ

ଅପରାଧ ରାଜ୍ୟ
Spread the love

ଭୁବନେଶ୍ୱର, ୩/୧: ଡିସେମ୍ବର ୨୦ ରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୧୪ତମ ଦିନରେ, ବିଭାଗ ପକ୍ଷରୁ ୧୬୬ଟି ମାମଲା ରୁଜୁ ହେବା ସହ ୧. ୨୨ କୋଟି ଟଙ୍କା ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ନିଶା ସାମଗ୍ରୀ ଜବତ ହୋଇଛି।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିନଭରି ହୋଇଥିବା ଅଭିଯାନ ସମୟରେ ମାମଲାରେ ଜଡିତ ୮୯ ଜଣଙ୍କୁ ଗିରଫ କରାଯାଇଛି I ଏଥିମଧ୍ୟରୁ ୭ଟି ମାମଲା NDPS ଆଇନ ରେ ରୁଜୁ ହୋଇଛି। ବେଆଇନ ନିଶା କାରବାର ସହ ସମ୍ପୃକ୍ତ ୮ଟି ଗାଡିକୁ ଚଢ଼ାଉକାରୀ ଦଳ ପକ୍ଷରୁ ଜବତ କରାଯାଇଛି I

ଜବତ ସାମଗ୍ରୀ ମଧ୍ୟରେ ୫,୬୩୨ ଲିଟର ବେଆଇନ ଭାବେ ତିଆରି ହୋଇଥିବା ମଦ ଓ ୨୮୩ ଲିଟର duty-paid liquor ରହିଛି । ଏହା ସହିତ ୪୪,୦୦୫ ବଲ୍କ ଲିଟର ମହୁଲ ପୋଚ, ୧୧,୨୫୦ କିଲୋଗ୍ରାମ ଗୁଡ଼ ପୋଚ ଓ ୧୦ କିଲୋଗ୍ରାମ ଭାଙ୍ଗ ମଧ୍ୟ ଜବତ କରାଯାଇଛି। ନିଷିଦ୍ଧ ନିଶାଦ୍ରବ୍ୟ ମଧ୍ୟରେ ୭୫୫ ଗ୍ରାମ ବ୍ରାଉନ୍ସୁଗାର ଜବତ ହୋଇଛି।

Leave a Reply

Your email address will not be published. Required fields are marked *