ଭୁବନେଶ୍ଵର, ୨୦/୧୨: ଯୁବନେତା ଇତିଶ ପ୍ରଧାନଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ ମାମଲାରେ ପୁଲିସ ଏହି ପଦକ୍ଷେପ ନେଇଛି।ସୂଚନା ଅନୁସାରେ, ଅମରେଶ ଜେନାଙ୍କର ଏକ ଅଶ୍ଳୀଳ ଫଟୋ ଏବଂ ଭିଡିଓକୁ ଇତିଶ ଭାଇରାଲ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ପୁଲିସ ମାମଲା ରୁଜୁ କରି କୋର୍ଟରେ ଚାର୍ଜଶିଟ୍ ଦାଖଲ କରିଥିଲା। ଇତିଶ ଗିରଫଦାରିକୁ ଏଡ଼ାଇବା ଲାଗି ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ତାଙ୍କୁ ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ କହିଥିଲେ। ପରବର୍ତ୍ତୀ ସମୟରେ ଇତିଶଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା। ଯାହାଫଳରେ ଲକ୍ଷ୍ମୀସାଗର ପୁଲିସ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପରେ ପୁଲିସ ତାଙ୍କୁ ଗିରଫ କରିଛି।
