ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ମିଳିବନି ପେଟ୍ରୋଲ, ଡିଜେଲ

ଭୁବନେଶ୍ୱର ରାଜ୍ୟ
Spread the love

ଭୂବନେଶ୍ଵର, ୨୦/୧୨: ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ, ଡିଜେଲ। ଗାଡ଼ିରେ ତେଳ ପକାଇବା ପୂର୍ବରୁ ଦେଖାଇବାକୁ ପଡ଼ିବ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର(ପିୟୁସିସି)। ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା ପକ୍ଷରୁ ଏ ସମ୍ପର୍କରେ ତୈଳ କମ୍ପାନୀଗୁଡ଼ିକୁ ଚିଠି ଲେଖି ଅବଗତ କରାଯାଇଛି।ଫଳରେ ଯେଉଁମାନଙ୍କ ନିକଟରେ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନ ଥିବ, ସେମାନଙ୍କୁ ମିଳିବନି ପେଟ୍ରୋଲ, ଡିଜେଲ। ପେଟ୍ରୋଲ ପମ୍ପଗୁଡ଼ିକରେ ଇନ୍ଧନ ଭରିବା ସମୟରେ ପ୍ରଦୂଣଷ ପ୍ରମାଣପତ୍ର ଯାଞ୍ଚ ହେବ। ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା (ଏସଟିଏ) ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଯାହାଫଳରେ ମୋଟର ଯାନ ନିୟମ ଉଲ୍ଲଂଘନ କରି ପ୍ରଦୂଷଣ କରୁଥିବା ଯାନଗୁଡ଼ିକ ଉପରେ ଅଙ୍କୁଶ ଲଗାଯାଇ ପାରିବ ବୋଲି ଏସଟିଏ ଆଶା ରଖିଛି।

Leave a Reply

Your email address will not be published. Required fields are marked *