କଟକ,୩/୧: କଟକ ସଦର ୪୨ମୌଜା ଅନ୍ତର୍ଗତ ଗୋବିନ୍ଦପୁର ଛକ ସ୍ଥିତ ବୈଷ୍ଣବବାଗ, ମଠବଣ ରେ ଶ୍ରୀ ଦ୍ବାରିକାନାଥ ଦାସଙ୍କ ୨୫ ତମ ବିଶ୍ଵଶାନ୍ତି ମହାଯଜ୍ଞ ନୂଆ ବର୍ଷ ଦିନ ୧ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନ କଳସ ଶୋଭାଯାତ୍ରା ହୋଇଥିବା ବେଳେ ୨ ତାରିଖ ରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଆଲୋଚନାଚକ୍ର ସରିଥିବା ବେଳେ ୩ ତାରିଖ ଦିନ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ପୁର୍ଣ୍ଣ।ହୁତି କାର୍ଯ୍ୟକ୍ରମ ହୋଇଯାଇଛି। ସନ୍ଧ୍ୟା ରେ ଭଜନ କାର୍ଯ୍ୟକ୍ରମ ସହିତ ଭକ୍ତ ଙ୍କ ପାଇଁ ପ୍ରସାଦ ବ୍ୟାବସ୍ଥା ମଧ୍ୟ ହୋଇଥିଲା। ଏଥିରେ ୪୨ମୌଜା ଅଞ୍ଚଳ ବାସୀ ମାନେ ଉପସ୍ଥିତ ରହି ସହଯୋଗ କରୁଥିବା ଜଣାପଡିଛି।
