ନକଲି ବୈଜ୍ଞାନିକ ବିଦେଶୀରୁ ପାଉଥିଲେ କୋଟିକୋଟି

ଅପରାଧ ଦେଶବିଦେଶ
Spread the love

ମୁମ୍ବାଇ, ୪/୧୧: ନକଲି ବୈଜ୍ଞାନିକ, ୧୯୯୫ରୁ ବିଦେଶୀରୁ ପାଉଥିଲେ କୋଟିକୋଟି ଟଙ୍କାନିଜକୁ ଭାଭା ଆଟୋମିନ ରିସର୍ଚ୍ଚ ସେଣ୍ଟର (ବାର୍କ)ର ବୈଜ୍ଞାନିକ କହୁଥିବା ଅଖତର ନାମକ ଜଣେ ୬୦ ବର୍ଷୀୟ ବ୍ୟକ୍ତି ବିଦେଶରୁ ଦୀର୍ଘ ୩୦ ଧରି ପାଉଥିଲେ କୋଟି କୋଟି ଟଙ୍କା। ଗତ ମାସରେ ମୁମ୍ବାଇ ପୁଲିସ୍‌ ୬୦ ବର୍ଷୀୟ ଅଖତର ହୁସୈନିକୁ ଗିରଫ କରିଥିଲା। ଏବେ ତାଙ୍କ ସମ୍ପର୍କରେ ଏପରି ତଥ୍ୟ ସାମ୍ନାକୁ ଆସିଛି।ସେ ନିଜକୁ ବାର୍କର ବରିଷ୍ଠ ବୈଜ୍ଞାନିକ(Scientists) ଭାବେ ପରିଚୟ ଦେଇ ଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ଯାଉଥିଲେ। ପୁଲିସ ତାଙ୍କ ପାଖରୁ ୧୦ଟି ମାନଚିତ୍ର ଓ ଆଣବିକ ଯୁଦ୍ଧାସ୍ତ୍ର ସହ ଜଡ଼ିତ କିଛି ସମ୍ବେଦନଶୀଳ ଦସ୍ତାବିଜ ହାସଲ କରିଛି। ଝାରଖଣ୍ଡ ଅନ୍ତର୍ଗତ ଜାମସେଦପୁରରେ ମୂଳବାସିନ୍ଦା ଅଖତରଙ୍କ ଠାରୁ ଅନେକ ନକଲି ପାସପୋର୍ଟ, ଆଧାର କାର୍ଡ, ପାନକାର୍ଡ ଓ ବାର୍କ ଆଇଡି ଜବତ କରିଛି।କିଛି ପରିଚୟ ପତ୍ରରେ ତାଙ୍କ ନାଁ ଅଲୀ ରାଜା ଓ ଆଲେକ୍ସଜାଣ୍ଡର ପାଲମର ମଧ୍ୟ ଉଲ୍ଲେଖ ରହିଛି। ୩୦ ବର୍ଷ ହେଲା ବିଦେଶୀରୁ କୋଟି କୋଟି ଟଙ୍କା ପାଉଥିବା ଅଖତରଙ୍କ ପରେ ଦିଲ୍ଲୀରେ ଥିବା ତାଙ୍କ ଭାଇ ଆଦିଲଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

Leave a Reply

Your email address will not be published. Required fields are marked *