ଟ୍ରେନରୁ ଖସି ୨ ଯାତ୍ରୀ ମୃତ

ଦେଶବିଦେଶ
Spread the love

ମୁମ୍ବାଇ, ୧୯/୧୦: ମୁମ୍ବାଇର ଲୋକମାନ୍ୟ ତିଳକ ଷ୍ଟେସନରୁ ବିହାର ଯାଉଥିବା କର୍ମଭୂମି ଏକ୍ସପ୍ରେସରେ ବଡ଼ ଦୁର୍ଘଟଣା ଘଟିଛି। ନାସିକ ରୋଡ ରେଳ ଷ୍ଟେସନରୁ କିଛି ଦୂରରେ ୩ ଜଣ ଯାତ୍ରୀ ଟ୍ରେନରୁ ଖସିପଡ଼ିଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରବଳ ଭିଡ଼ ଯୋଗୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ଦୀପାବଳି ପର୍ବ ପାଇଁ ବିହାର ଟ୍ରେନରେ ଏତେ ଭିଡ଼ ରହିଥିଲା କି ନିର୍ବାଚନ ପାଇଁ ବହୁ ସଂଖ୍ୟାରେ ଲୋକେ ଘରକୁ ଫେରୁଥିବାରୁ ଭିଡ଼ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ।ଦୁର୍ଘଟଣା ସମ୍ପର୍କରେ ଖବର ମିଳିବା ପରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁଇ ମୃତକଙ୍କ ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ। ଅନ୍ୟ ଯାତ୍ରୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୌଣସି ଯାତ୍ରୀଙ୍କ ପରିଚୟ ମିଳିପାରି ନାହିଁ। ଭିଡ଼ ଯୋଗୁ ଯାତ୍ରୀମାନେ ଟ୍ରେନରୁ ଖସିପଡ଼ିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *