ଆମେରିକାରେ ଆଜି ଟ୍ରମ୍ପଙ୍କ ବିରୁଧରେ ବଡ ପ୍ରତିବାଦ ଏହାରି ମଧ୍ୟରେ ମୁକୁଟ ପିନ୍ଧା AI ଭିଡିଓ ସେୟାର କଲେ ଟ୍ରମ୍ପ

ଦେଶବିଦେଶ
Spread the love

ନୂଆଦିଲ୍ଲୀ: “NO KING” ପ୍ରତିବାଦର ଜବାବ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେୟାର କଲେ ମୁଣ୍ଡରେ ମୁକୁଟ ପିନ୍ଧିଥିବାରୁ ଏଆଇ ଭିଡିଓ। ଆମେରିକାରୁ ୟୁରୋପ ଏବଂ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ, ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ “ନୋ କିଙ୍ଗ୍” ପ୍ରତିବାଦ ଏକ ବିଶାଳ ଜନ ଆନ୍ଦୋଳନରେ ପରିଣତ ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଏବଂ ସତ୍ତାବାଦୀ ମନୋଭାବର ପ୍ରତିବାଦ କରିବା ପାଇଁ ହଜାର ହଜାର ନାଗରିକ ରାସ୍ତାକୁ ଓହ୍ଲାଇଛନ୍ତି। ଲଣ୍ଡନ ଏବଂ ମାଡ୍ରିଡ୍‌ଠାରୁ ଆରମ୍ଭ କରି ୱାଶିଂଟନ, ବୋଷ୍ଟନ, ଆଟଲାଣ୍ଟା, ଚିକାଗୋ ଏବଂ ଲସ୍ ଆଞ୍ଜେଲସ୍ ଭଳି ପ୍ରମୁଖ ସହର ଏବଂ ଅନେକ ରିପବ୍ଲିକାନ୍ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ, ପ୍ରାୟ ୨,୫୦୦ ସ୍ଥାନରେ ଲୋକମାନେ ଏକକାଳୀନ ତାଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି।

ସାନ ଫ୍ରାନ୍ସିସ୍କୋର ଓସନ୍ ବିଚ୍‌ରେ ଶହ ଶହ ଲୋକ ନିଜ ଶରୀରରେ “NO KING” ଲେଖି ବିରୋଧ ପ୍ରଦର୍ଶନ କରିଥିଲେ। ସେମାନେ ଯେଉଁ ଆମେରିକା ଉପରେ ସର୍ବଦା ଗର୍ବ କରୁଥିଲେ, ସେ ସମ୍ମାନ ଆଉ ନ‌ାହିଁ ବୋଲି ବିକ୍ଷୋଭକାରୀମାନେ ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ, ଦେଶର ଗଣତାନ୍ତ୍ରିକ ପରିଚୟ ବିପଦରେ ଅଛି।

Truth Socialରେ AI ଭିଡିଓ ସେୟାର କଲେ ଟ୍ରମ୍ପଏହି ପ୍ରତିବାଦ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ Truth Socialରେ ଏଆଇ-ଜେନେରେଟେଡ୍ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ନିଜକୁ ଜଣେ ରାଜା ଭାବରେ ଦେଖାଯାଇଛନ୍ତି। ଭିଡିଓରେ, ସେ ମୁକୁଟ ପିନ୍ଧି ଯୁଦ୍ଧ ବିମାନ ଉଡ଼ାଉଛନ୍ତି ଯାହା ଟ୍ରମ୍ପ ବିରୋଧୀ ପ୍ରତିବାଦକାରୀଙ୍କ ଉପରେ ମଳ ପରି ଦେଖାଯାଉଥିବା ଜିନିଷ ପକାଉଛି।

Leave a Reply

Your email address will not be published. Required fields are marked *