ଏଣିକି ସରକାରୀ କାର୍ଯ୍ୟାଳୟରେ ବିଏସ୍‌ଏନ୍‌ଏଲ୍‌ ନେଟୱାର୍କ ବ୍ୟବହାର ବାଧ୍ୟତାମୂଳକ

ରାଜ୍ୟ
Spread the love

ଭୁବନେଶ୍ବର, ୫/୯: ଭାରତ ସଂଚାର ନିଗମ ଲିମିଡେଟ୍‌ (ବିଏସ୍‌ଏନ୍‌ଏଲ୍‌)ର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାର ବିଏସ୍‌ଏନ୍‌ଏଲ୍‌ ନେଟ୍‌ୱର୍କକୁ ମଜବୁତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ସରକାରୀ କାର୍ଯ୍ୟାଳୟରେ ବିଏସ୍‌ଏନ୍‌ଏଲ୍‌ ନେଟୱାର୍କ ବ୍ୟବହାର ବାଧ୍ୟତାମୂଳକ ବୋଲି କହିଛନ୍ତି। ଏନେଇ କଡ଼ା ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛନ୍ତି।
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଇଲୋକ୍ଟ୍ରୋନିକକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସବୁ ବିଭାଗକୁ ଚିଠି ଲେଖିଛି। ଏହି ଆଧାରରେ ଏଣିକି ସମସ୍ତ ସରକାରୀ ପ୍ରତିଷ୍ଠାନରେ ବିଏସ୍‌ଏନ୍‌ଏଲ୍‌ ଇଣ୍ଟରନେଟ, ବ୍ରଡ଼ ବ୍ୟାଣ୍ଡ, ଲ୍ୟାଣ୍ଡଲାଇନ, ଲିଜ୍‌ ଲାଇନ୍‌ ସେବା ବ୍ୟବହାର ହେବ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସମବାୟ ବିଭାଗ ଏନେଇ ନିର୍ଦେଶାବଳୀ ଜାରି କରିଛି। ରାଜ୍ୟର ସମସ୍ତ ଡିଆରସିଏସ୍‌, ଏଆରସିଏସ୍‌ଙ୍କୁ ସମବାୟ ନିର୍ଦ୍ଦେଶକଙ୍କ ଚିଠି ଜାରି ହୋଇଛି। ଯେଉଁଠାରେ ଏପରି ସେବା ଉପଲବ୍ଧ ଏବଂ ବୈଷୟିକ ଭାବରେ ସମ୍ଭବ, ସେଠାରେ ଇଣ୍ଟରନେଟ୍, ବ୍ରଡବ୍ୟାଣ୍ଡ, ଲ୍ୟାଣ୍ଡଲାଇନ୍ ଏବଂ ଲିଜ୍ ଲାଇନ ସଂଯୋଗ ପାଇଁ ବିଏସ୍‌ଏନ୍‌ଏଲ୍‌ ସେବାର ବ୍ୟବହାର ସୁନିଶ୍ଚିତ କରିବେ। ତୁରନ୍ତ ସମୀକ୍ଷା ସହ ଚାଲୁଥିବା ସେବାରେ ବାଧା ସୃଷ୍ଟି ନକରି ବିଏସ୍‌ଏନ୍‌ଏଲ୍‌ ସେବା ହସ୍ତାନ୍ତର କରିବେ। ଆସନ୍ତା ୩୦ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବେ। ବିଏସ୍‌ଏନ୍‌ଏଲ୍‌ର ବ୍ୟବହାର ନେଇ ଡିଆରସିଏସ୍‌ ଏବଂ ଏଆରସିଏସ୍‌ ସେମାନଙ୍କ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଜାରି କରିବେ।

Leave a Reply

Your email address will not be published. Required fields are marked *