ସୋମବାର ଅଧିବେଶନ ଡକାନ୍ତୁ, ପୁରୁଣା ବିଲ୍ ଆଣନ୍ତୁ; ସରକାରଙ୍କୁ ପ୍ରିୟଙ୍କାଙ୍କ ଚ୍ୟାଲେଞ୍ଜ

ରାଜ୍ୟ
Spread the love

ନୂଆଦିଲ୍ଲୀ: ୧୩୧ତମ ସମ୍ବିଧାନ ସଂଶୋଧନ ବିଧେୟକ ଲୋକସଭାରେ ଶୁକ୍ରବାର କାଟ୍ ଖାଇଛି। ଆଉ ଏହାର ପରବର୍ତ୍ତୀ ଦିନ ଶନିବାର କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ପ୍ରିୟଙ୍କା କହିଛନ୍ତି ସରକାର ସୋମବାର ସେହି ବିଲ୍ ନେଇ କି ଆସନ୍ତୁ, ଯାହାକୁ ୨୦୨୩ରେ ସବୁ ଦଳ ସମର୍ଥନ କରିଥିଲେ। ସୋମବାର ପୁଣି ଥରେ ସ୍ଵତନ୍ତ୍ର ଅଧିବେଶନ ଡକାଯାଉ, ଆମେ ସମସ୍ତେ ଉକ୍ତ ବିଧେୟକୁ ସମର୍ଥନ ଦେବୁ। ପ୍ରିୟଙ୍କା ଅଭିଯୋଗ କରିଛନ୍ତି ଯେ, ପଶ୍ଚିମବଙ୍ଗ ଓ ତାମିଲନାଡୁ ଭୋଟରଙ୍କୁ ଏନଡିଏ ସରକାର ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ବିରୋଧୀଙ୍କୁ ମହିଳା ବିରୋଧୀ କହି ସରକାର ବଦନାମ କରୁଛନ୍ତି।
ପ୍ରିୟଙ୍କା କହିଛନ୍ତି ଯଦି ବାସ୍ତବରେ ବିଜେପି ସରକାର ଯଦି ମହିଳାଙ୍କ ପ୍ରତି ସମ୍ବେଦନଶୀଳ ତେବେ ୨୦୨୩ର ମହିଳା ସଂରକ୍ଷଣ ବିଲ୍ ଗୃହରେ ଆଗତ କରାନ୍ତୁ। ଦଳମତ ନିର୍ବିଶେଷରେ ସମସ୍ତେ ଏହାର ସମର୍ଥନ କରିବେ। ତାହା ନାରୀ ଶକ୍ତି ବନ୍ଦନ ଅଧିନିୟମ ଥିଲା, ଯାହା ୨୦୨୩ରେ ପାରିତ ହୋଇଥିଲା। ଏଥିରେ ମହିଳାଙ୍କ ପାଇଁ ସଂସଦ ଓ ରାଜ୍ୟ ବିଧାସନଭାରେ ୩୩ ପ୍ରତିଶତ ସଂରକ୍ଷଣର ପ୍ରାବଧାନ ରହିଥିଲା।
ପ୍ରିୟଙ୍କା ଗାନ୍ଧୀ ଶନିବାର କହିଛନ୍ତି, ମହିଳା ସଂରକ୍ଷଣ ସଂପର୍କିତ ସମ୍ବିଧାନ ସଂଶୋଧନ ବିଧେୟକ ଦେଶର ସଂଘୀୟ ଢାଞ୍ଚାକୁ ବଦଳାଇବାର ଷଡ଼ଯନ୍ତ୍ର ଥିଲା। ଲୋକସଭାରେ ଉକ୍ତ ବିଧେୟକ କାଟ୍ ଖାଇବା ଗଣତନ୍ତ୍ର, ସମ୍ବିଧାନ ଏବଂ ବିରୋଧୀଙ୍କ ଏକଜୁଟତାର ବିଜୟ। ଗତକାଲି ଗଣତନ୍ତ୍ରର ବହୁତ ବଡ଼ ବିଜୟ ହୋଇଛି। ମୋଦୀ ସରକାର ଗଣତନ୍ତ୍ରକୁ ଦୁର୍ବଳ କରିବା ଓ ସଂଘୀୟ ଢାଞ୍ଚାକୁ ବଦଳାଇବାକୁ ଷଡ଼ଯନ୍ତ୍ର ରଚା ଯାଇଥିଲା, ଯାହାକୁ ଆମେ ପରାସ୍ତ କରିଛୁ। ଏହା ସମ୍ବିଧାନର ବିଜୟ, ଦେଶର ବିଜୟ, ବିରୋଧୀଙ୍କ ଏକତାର ବିଜୟ। ଏହା ବିରୋଧୀଙ୍କ ଏକଜୁଟତାର ନିର୍ଣ୍ଣାୟକ କ୍ଷଣ ହୋଇପାରେ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି।
ପ୍ରିୟଙ୍କା କହିଛନ୍ତି, ଗୃହ ମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଭାଷଣରେ କହିଛନ୍ତି, ଯଦି ବିରୋଧୀ ଏହି ପ୍ରସଙ୍ଗରେ ସହମତ ନ ହେଲେ କେବେ ନିର୍ବାଚନ ଜିତି ପାରିବନି କି କେବେ ବି କ୍ଷମତାକୁ ଆସି ପାରିବନି। ପ୍ରିୟଙ୍କା ଦାବି କରିଛନ୍ତି ଯେ, ସରକାରଙ୍କ ଦ୍ଵାରା ଯେଉଁ ଷଡ଼ଯନ୍ତ୍ର ରଚା ଯାଇଥିଲା, ଏହାର ଉଦ୍ଦେଶ୍ୟ କେବଳ ନିର୍ବାଚନ ଜିତିବା। ଏଥିପାଇଁ ସରକାର ମହିଳାଙ୍କୁ ବ୍ୟବହାର କରିଛନ୍ତି। ସରକାର ଚାହୁଁଥିଲେ ମହିଳା ସଂରକ୍ଷଣ ନାମରେ ବିରୋଧୀ ଏହି ବିଧେୟକ ପାରିତ କରାଇ ଦେବେ। ଆଉ ସରକାର ନିଜ ଇଚ୍ଛାରେ ସୀମା ନିର୍ଦ୍ଧାରଣ କରି ପାରିବେ। ଆଉ ମୋଦୀ ସରକାରଙ୍କୁ ଜାତିଗତ ଜନଗଣନାରୁ ତ୍ରାହି ମିଳିବ।

Leave a Reply

Your email address will not be published. Required fields are marked *