ମାଆ ପିତାମ୍ବରୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ

ରାଜ୍ୟ
Spread the love

ମାହାଙ୍ଗା  : ମାହାଙ୍ଗା ବ୍ଲକ କୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ମଲ୍ଲିକପୁର ଗ୍ରାମର ଆରାଧ୍ୟା ମାଆ ପିତାମ୍ବରୀଙ୍କ ଵୀଜେସ୍ଥଳୀ ତିନିଦିନ ବ୍ୟାପୀ ଆୟୋଜିତ ମାଆଙ୍କ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି l ମାଆ ପିତାମ୍ବରୀଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରତ୍ୟେକ୍ଷ ଦେବତା ଭାବେ କାହିଁ କେଉଁ ଅନାଦି କାଳରୁ ପୂଜାକରି ଆସୁଛନ୍ତି l
କଳସ ଶୋଭାଯାତ୍ରା, ଗୋ ପୂଜା, ସୂର୍ଯ୍ୟ ପୂଜା, ଅଗ୍ନି ପୂଜା, ଯାଗ ଯଜ୍ଞ, ନୂତନ ବିଗ୍ରହ ସ୍ଥାପନ ଓ ପ୍ରଭୁଙ୍କ ଘଟ ପ୍ରତିଷ୍ଠା ଭଳି ବିଭିନ୍ନ କାର୍ଯ୍ୟ ସମ୍ପାଦିତ ହୋଇଥିଲା l

ମାଆଙ୍କ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମରେ କର୍ତ୍ତା ଭାବେ, ମାନସୀ ରାଉତ ଓ ନଗେନ୍ଦ୍ର ରାଉତ ଯଜ୍ଞ ପୀଠରେ ଉପସ୍ଥିତ ଥିଲେ l
ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, କଂଗ୍ରେସ ନେତା ଦେବେନ୍ଦ୍ର ସାହୁ,ସ୍ଥାନୀୟ ସରପଞ୍ଚ ବିଜୟନନ୍ଦ ସ୍ୱାଇଁ, ସମିତି ସଭ୍ୟ ଲତିଫୁର ରହେମାନ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଜିତେନ୍ଦ୍ର ବେହେରା, ପୂର୍ବତନ ସରପଞ୍ଚ ଧୀରେନ୍ଦ୍ର ସାହୁ, ସମାଜସେବୀ ପ୍ରଶାନ୍ତ ମହାନ୍ତି, ସାହାପୁର ସରପଞ୍ଚ ଶାରଦା ମହାନ୍ତି, ଶିକ୍ଷାବିତ ରତ୍ନାକର ମହାନ୍ତି, ରବୀନ୍ଦ୍ର ମହାନ୍ତି,ନଗେନ୍ଦ୍ର ରାଉତ,ମାନସୀ ରାଉତ,ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ l
ଏହି ଉତ୍ସବକୁ ସର୍ବଶ୍ରୀ ଲକ୍ଷ୍ମଣ ରାଉତ, ସୁବାସ ଚନ୍ଦ୍ର ସାହୁ, ନିରଞ୍ଜନ ସାହୁ, ରବୀନ୍ଦ୍ର ସାହୁ, ବ୍ରହ୍ମାନନ୍ଦ ସାହୁ, ମନୋରଞ୍ଜନ ସାହୁ, ରତ୍ନାକର ସାହୁ, ବିପ୍ରଚରଣ ସାହୁ, ସୁରେଶ ସାହୁ, ରମେଶ ସାହୁ, ପ୍ରଦ୍ୟୁମ୍ନ ସାହୁ,ସେକ ହୀରା,ଦୀପକ ରାଉତ,ନଗେନ୍ଦ୍ର ରାଉତ, ପ୍ରଶାନ୍ତ ରାଉତ, ମଣ୍ଟୁ ରାଉତ, ଚିତ୍ତରଞ୍ଜନ ରାଉତ, ଲୟରଞ୍ଜନ ରାଉତ, ଅଶୋକ ରାଉତ ପ୍ରମୁଖ ସ୍ଥାନୀୟ ଅଂଚଳର ଉତ୍ସାହି ବ୍ୟକ୍ତିମାନେ ଉତ୍ସବ ପରିଚାଳନାରେ ସହଯୋଗ କରିବା ଦେଖିବାକୁ ମିଳିଥିଲା l

Leave a Reply

Your email address will not be published. Required fields are marked *