ଝାରକଟା ଉପ୍ରା ବିଦ୍ୟାଳୟରେ ‘ସୁରଭି-୨୦୨୬’ ଅନୁଷ୍ଠିତ

ରାଜ୍ୟ
Spread the love

କଟକ, ୨୧।୧୦: କଟକ ସଦର ବୟାଳିଶମୌଜା ଅନ୍ତର୍ଗତ ଝାରକଟା ଉପ୍ରା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଜିତେନ କୁମାର ଦାଶଙ୍କ ସଭାପତିତ୍ୱରେ ‘ସୁରଭି-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ଦାସ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଏବଂ ସିଆରସିସି ଆରତ ଭଞ୍ଜନ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସୁରଭି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ସହ ସେମାନେ ବିଭିନ୍ନ ସହ-ଶୈକ୍ଷିକ କାର୍ଯ୍ୟରେ ନିଜକୁ ସାମିଲ କରି ନିଜ ଦକ୍ଷତା ପ୍ରଦର୍ଶନ କରିବାର ପର୍ଯ୍ୟାପ୍ତ ସୁଯୋଗ ପାଇପାରିବେ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ।

ସମ୍ମାନିତ ଅତିଥି ଭାବେ ଏସଏମସି ଅଧ୍ୟକ୍ଷା ହରପ୍ରିୟା ଗୌର ଓ ଉପାଧ୍ୟକ୍ଷା ରୀନା ବେହେରା ଯୋଗଦେଇ ଏହି କାର୍ଯ୍ୟକ୍ରମ ବେଶ ଆନନ୍ଦଦାୟୀ ଏବଂ ଶିକ୍ଷଣୋପଯୋଗୀ ବୋଲି ମତବ୍ୟକ୍ତ କରିଥିଲେ। ସୁରଭି କାର୍ଯ୍ୟକ୍ରମ ପିଲାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଯୋଡ଼ିବାର ଏକ ମୁଖ୍ୟ ସେତୁ ବୋଲି ପ୍ରଧାନ ଶିକ୍ଷକ ଜିତେନ କୁମାର ଦାଶ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।

ଶିକ୍ଷୟିତ୍ରୀ ଗୌରୀ ଦେଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷୟିତ୍ରୀ ମିନତି ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏସଏମସି ସଭ୍ୟା କୁନିବାଳା ବେହେରା, ମନ୍ଦାକିନୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *