ମା ଶାରଳା ଡ୍ରାମାଟିକ୍ କ୍ଲବର ପ୍ରସ୍ତୁତି ବୈଠକ

କଟକ ରାଜ୍ୟ
Spread the love


କଟକ, ୨୬/୧୨: ଗୁରୁବାର ଦିନ ମା ଶାରଳା ଡ୍ରାମାଟିକ୍ କ୍ଲବର ସଭାପତି ବିଜୟ କୁମାର ଦେବତାଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇ ଅଛି। ଶୁକ୍ରବାର ଏବଂ ଶନିବାର ଦୁଇଦିନ ଧରି ଦୁଇଟି ସାମାଜିକ ନାଟକ ମଞ୍ଚସ୍ଥ କରିବା ପାଇଁ ସ୍ଥିର କରାଯାଇଛି। ପ୍ରଥମ ରଜନୀ ରେ”କହିବାକୁ ଲାଜ ଶୁଣିଲେ ପାପ”ଏବଂ ଦିତୀୟ ରଜନୀ ରେ “ହେ ମଣିଷ କାନ୍ଦିବ ଆସ’ ମଞ୍ଚସ୍ଥ କରାଯିବ। ଏଥିପାଇଁ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶେଷ ହୋଇଛି।୪୨ ମୈଜା ଏବଂ ଆଖପାଖ ଅଞ୍ଚଳବାସୀଙ୍କୁ ନାଟକ ଦେଖିବାକୁ ଆସିବା ପାଇଁ କ୍ଲବ୍ ତରଫରୁ ନିବେଦନ କରିଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ କମିଟିର ସଭାପତି ସୁବୋଧ ଦେବତା, ସମ୍ପାଦକ ସନ୍ତୋଷ କୁମାର ବେହେରା, ଉପଦେଷ୍ଟା ପ୍ରଭାତ କୁମାର ଦେବତା, ଶୁକଦେବ ବେହେରା, ଭାସ୍କର ମିଶ୍ର,ଶରତ ଦେବତା, ଶୁକଦେବ ସେଠୀ,ଶିବ ପ୍ରସାଦ ଦେବତା, ନାରାୟଣ ପତି,ସପନ ଦେବତା,ବ୍ରଜ କିଶୋର ପତି,ରଜତ ଦେବତା ଉପସ୍ଥିତ ଥିଲେ। ସଞ୍ଜୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *