ପାଣି ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ ଅନ୍ୟଜଣେ ଗୁରୁତର

ରାଜ୍ୟ
Spread the love

ମାହାଙ୍ଗା  :  କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁମୁଡାଜୟୀପୁର ଫାଣ୍ଡି ଅଂଚଳରେ ଘଟିଛି ଅଭାବନୀୟ ଘଟଣା l କୋଠପଦା ବ୍ୟାଙ୍କ ଅଫ ଇଣ୍ଡିଆ ପରିସରରେ ଥିବା ଏକ ସେପ୍ଟି ପାଣି ଟାଙ୍କି ଭିତରକୁ ପ୍ରବେଶ ପରେ ଘନଶ୍ୟାମ ସାହୁ ନାମକ ଜନୈକ ଯୁବକ ଅଣନିଶ୍ୱାସୀ ହୋଇ ଜୀବନ ବଂଚେଇବାକୁ ଉଦ୍ୟମ କରି ବିଫଳ ହେବାରୁ, ସେ ବଞ୍ଚିବାର ଆଶା ଛାଡିଦେଇଥିଲେ l ତେବେ ଘଟଣାସ୍ଥଳୀରୁ ଅଳ୍ପ ଦୂରରେ ଥିବା ଏକ ସିମେଣ୍ଟ ନନ୍ଦ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିବା ବନଗୁରୀଆ ଗ୍ରାମର ପ୍ରମୋଦ ଯେନା ସାହସିକତାର ସହିତ ସେହି ସେପ୍ଟି ପାଣି ଟାଙ୍କି ଭିତରକୁ ମୁହଁ ପୁରାଇ ଘନଶ୍ୟାମ ସାହୁଙ୍କୁ ଉଦ୍ଧାର କରୁଥିବା ବେଳେ, ଆକସ୍ମିକ ଭାବେ ଘନାଶ୍ୟାମ ପ୍ରମୋଦର ବେକକୁ ଜାବୁଡି ଧରିବାରୁ, ପ୍ରମୋଦ ପାଣି ଭର୍ତ୍ତି ଟାଙ୍କି ଭିତରକୁ ମୁହଁମାଡି ଖସି ପଡିଥିଲେ l

ଉଭୟେ ପ୍ରମୋଦ ଏବଂ ଘନଶ୍ୟାମ ଜୀବନ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ବେଳେ,ଆଖ ପାଖରୁ ଲୋକମାନେ ପହଂଚି ଘନଶ୍ୟାମକୁ ଉଦ୍ଧାର କରିଥିଲେ l କିନ୍ତୁ ପ୍ରମୋଦକୁ ଟାଙ୍କି ଭିତରୁ ବାହାର କରିବାରେ ବହୁ ବିଳମ୍ବ ହୋଇସାରିଥିଲା l ସେହିଠାରେ ହିଁ ‘ ପାଣି ଭିତରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହେବା କୁହା ଯାଉଛି l ଉଭୟଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେକେ ଡାକ୍ତର ପ୍ରମୋଦକୁ ମୃତ ଘୋଷଣା କରିଥିଲେ l ପୋଲିସ ପହଂଚି ଶବ ବ୍ୟବଛେଦ ପାଇଁ କଟକ ପଠାଇଥିବା ଜଣା ପଡିଛି l ଅନ୍ୟ ପକ୍ଷରେ ଘନଶ୍ୟାମକୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ପଠାଇଦିଆଯାଇଛି l ପ୍ରମୋଦ ଅଳ୍ପଦିନ ତଳେ ବିବାହ କରିଥିବା ବେଳେ ତାଙ୍କ ମୃତ୍ୟୁରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି l ପରିବାରରେ ସେ ଏକମାତ୍ର ରୋଜଗାରକ୍ଷମ ଯୁବକ ଥିଲେ l ପିତା ରବୀନ୍ଦ୍ର ଯେନା ଜଣେ ଟ୍ରଲି ଚାଳକ ଅଟନ୍ତି l ସେମାନେ ଦିନ ମଜୁରୀଆ ଓ ଅତ୍ୟନ୍ତ ଗରୀବ ପରିବାର l

ତେବେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଏବଂ କ୍ଷତି ପୂରଣ ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି l କଟକରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ପ୍ରଭାକର ସାହୁଙ୍କ ପୁତ୍ର ଘନଶ୍ୟାମ ଅବସ୍ଥା ଶଙ୍କଟାପନ୍ନ ଥିବା ସୂଚନା ମିଳିଛି l ଏହି ଅଭାବନୀୟ ଘଟଣା ମାହାଙ୍ଗା ବ୍ଲକ ଅଞ୍ଚକରେ ଆଲୋଡନ ସୃଷ୍ଟି କରିଛି l

Leave a Reply

Your email address will not be published. Required fields are marked *