ଭୁବନେଶ୍ୱର : ଭୁବନେଶ୍ୱର ସ୍ପେଶାଲ କ୍ରାଇମ୍ ୟୁନିଟ ଦ୍ୱାରା ୪ ଆନ୍ତ ରାଜ୍ୟ ଠକ ଗିରଫ । ମେଡ଼ିକାଲ କଲେଜରେ ଆଡ଼ମିଶନ କରାଇଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ୪ ଜଣ ଗିରଫ । ନିଟ ପରୀକ୍ଷା ପୂର୍ବରୁ ୪ ଜଣଙ୍କୁ ଗିରଫ କରିଛି ସ୍ପେଶଲ୍ କ୍ରାଇମ୍ ୟୁନିଟ । 90 ଲକ୍ଷ ଟଙ୍କାର ଚେକ୍ ଜବତ ହୋଇଛି । ସେହିଭଳି ଏକ ବ୍ଲାଙ୍କ ଚେକ୍ ମଧ୍ୟ ରହିଛି ।
ଘରୋଇ ମେଡ଼ିକାଲ କଲେଜରେ ଆଡ଼ମିଶନ କରାଇଦେବାକୁ କହି ଆଶାୟୀ ଛାତ୍ରଛାତ୍ରୀଙ୍କ ଠୁ ନେଇଥିଲେ ଟଙ୍କା । ଅସଲି ପରୀକ୍ଷାର୍ଥୀ ବଦଳରେ ନକଲି ପରୀକ୍ଷାର୍ଥୀ ବସାଇବାକୁ କହି ଟଙ୍କା ନେଇଥିଲେ । ଦୁଇଜଣ ଓଡ଼ିଶାର ଥିବା ବେଳେ ଜଣେ ଲେଖାଏଁ ଝାଡ଼ଖଣ୍ଡ ଏବଂ ବିହାରର ରହିଛନ୍ତି । ସମ୍ଭବତଃ ଏମାନେ ଲୋକଙ୍କୁ ଚିଟ କରିଥାଇ ପାରନ୍ତି ।
ତମାମ କଡା ପଦକ୍ଷେପ ସତ୍ବେ ଏପରି କେମିତି ଯୋଜନା କରିଥିଲେ ସେନେଇ ତଦନ୍ତ କରୁଛି ପୋଲିସ । ଛାତ୍ରଛାତ୍ରୀମାନଙ୍କୁ ଏହା ମାଧ୍ୟମରେ ଚେତାଇ ଦେଇଚି ପୋଲିସ । 90 ଲକ୍ଷ ଚେକ୍ ଏବଂ ଗୋଟିଏ ବ୍ଲଙ୍କ ଚେକ୍ ରହିଛି। ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ ।