ମାହାଙ୍ଗା, ୨୬/୧୨ ଓଡିଆ ଯାତ୍ରା ନାଟକର ଏନ୍ତୁଡ଼ିଶାଳ ମାହାଙ୍ଗା ଠାରେ ଆଦି ନାଟ୍ୟକାର ଜଗନ ମୋହନ ଲାଲଙ୍କ ୧୧୩ ତମ ସ୍ମୁତି ଶ୍ରଦ୍ଧାଞ୍ଜଳି ଉତ୍ସବ ଆୟୋଜିତ ହୋଇଥିଲା l ସ୍ବର୍ଗତ ଲାଲ ନାଟକ ଜରିଆରେ ସମାଜରେ ଦେଖାଦେଉଥିବା କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ ଜନ ଜାଗରଣ ସୃଷ୍ଟି କରୁଥିଲେ l ଏହି କ୍ରାନ୍ତିଦ୍ରଷ୍ଟା ପୁରୁଷଙ୍କ ପୁଣ୍ୟ ତିଥିରେ ବହୁ ଅନୁଷ୍ଠାନ ତାଙ୍କ ଜନ୍ମମାଟିରେ ପହଂଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ମାହାଙ୍ଗା ସାରସ୍ୱତ ସେବାମଞ୍ଚ, ଶରତ କର-ଅନିମା କର ଫାଉଣ୍ଡେସନ, ଯୁବଛାତ୍ର ସଂଗ୍ରାମ ପରିଷଦ,ଆଦି ନାଟ୍ୟକାର ସ୍ମୁତି ସଂସଦ ମାହାଙ୍ଗାର ମିଳିତ ଆନୁକୂଲ୍ୟରେ ଏହି ପୂଜ୍ୟପୂଜା ଉତ୍ସବ ପାଳିତ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ମାହାଙ୍ଗା ଥାନାଛକ ଠାରେ ଆୟୋଜିତ ସ୍ମୁତି ସଭାରେ “ମାହାଙ୍ଗା ସାରସ୍ୱତ ସେବା ମଞ୍ଚ”ର ସଭାପତି ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ମୁଖ୍ୟବକ୍ତା ଭାବେ ସାହିତ୍ୟିକ ବିପିନ ବିହାରୀ କର ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ l ସମ୍ମାନିତ ବକ୍ତାଭାବେ ଜଗନମୋହନଙ୍କ ଦାୟାଦ ସଂସ୍କୃତିପ୍ରେମୀ ହୃଷିକେଶ ଲାଲ,ପଣ୍ଡିତ ବୈକୁଣ୍ଠନାଥ ପରିଡା,ମାହାଙ୍ଗା ସେବା ସମବାୟ ସମିତି ସଭାପତି ରଜନୀ କାନ୍ତ ପରିଡା, କବି ପ୍ରଫୁଲ୍ଲ କୁମାର ସିଂ, କବି ଅକ୍ଷୟ କୁମାର ଖଟୁଆ, ଯୁବ ଛାତ୍ର ସଂଗ୍ରାମ ପରିଷଦ ସଭାପତି କ୍ରିଷ୍ଣକାନ୍ତ ଷଢଙ୍ଗୀ,ସରପଞ୍ଚ ବେବିନା ଯେନା,ଉପେନ୍ଦ୍ର ମଙ୍ଗରାଜ,ସମାଜସେବୀ ବିଜୟ ଯେନା,ହୃଷିକେଶ ପରିଡା,ପ୍ରମୁଖ କାଳଜୟୀ ସ୍ରଷ୍ଠା ଜଗନମୋହନଙ୍କ ସାରସ୍ୱତ ଜୀବନର ମୂଲ୍ୟାୟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରାମଚନ୍ଦ୍ର ମହାପାତ୍ର,ପୂର୍ବତନ ସମିତିସଭ୍ୟ ରୁଦ୍ରନାରାୟଣ ସିଂ, ସଂସ୍କୃତିପ୍ରେମୀ ଶୁଭେନ୍ଦୁ ସାମଲ, କାର୍ତ୍ତିକ ବିହାରୀ,ସମସେର ଅଲ୍ଲୀ, ପ୍ରତିମା ନାୟକ, କଲ୍ୟାଣୀ ସାହୁ, ଲକ୍ଷ୍ମୀପ୍ରିୟା ବେହେରା, ଅଞ୍ଜନ ରଣା, ସୁଚିତ୍ରା ସୁତାର, ଜନ୍ମେଞ୍ଜୟ ଲେଙ୍କା, ଉତ୍ତମ ସାହୁ,ସୂର୍ଯ୍ୟକାନ୍ତ ସେଠୀ, ଗୟାଧର କାଣ୍ଡି, ଗଣେଶ ବେହେରା, ମୋହନଜିତ ରାଉତରାୟ, ହିମାଂଶୁ ଯେନା, ଧିରେନ ଦାସ, ପ୍ରମୁଖ ଆଦିନାଟ୍ୟକାରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ଦେଖିବାକୁ ମିଳିଥିଲା l
