ମାହାଙ୍ଗା, ୨୧/୧୦: ବିରୂପା ଗେଙ୍ଗୁଟି ଦୋଆବ ଅଞ୍ଚଳର ଜଣେ ସଫଳ ମଣିଷ, ଧର୍ମପ୍ରାଣ ପୁରୁଷ ସୁନାକର ବେହେରାଙ୍କର ୯୬ ବର୍ଷ ବୟସରେ ଦେହାନ୍ତ ଘଟିଛି। ତାଙ୍କ ବିୟୋଗରେ କୁହୁଣ୍ଡା ଗ୍ରାମ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି।
ସୁନାକର ଡାକ ବିଭାଗରୁ ଅବସର ଗ୍ରହଣ କରିଥିଲେ। ଜଣେ ସଫଳ ଚାଷୀ ଭାବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ସେ ବେଶ୍ ପରିଚିତ ଥିଲେ। ଅଭିଜ୍ଞ ଅମିନ ଭାବେ ତାଙ୍କର ସୁଖ୍ୟାତି ଓ ସୁନାମ ରହିଛି। ଗାଁରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ସବୁବେଳେ ଆଗରେ ଥାଆନ୍ତି। ଏହି ଶତାୟୁ ପୁରୁଷ ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ଚଳଚଞ୍ଚଳ ଥିଲେ। ଏହି ବହୁମୁଖୀ ପ୍ରତିଭାର ଅଧିକାରୀ ସ୍ବର୍ଗତ ବେହେରା ତାଙ୍କ କର୍ମମୟ ଜୀବନରେ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି।
ମଙ୍ଗଳବାର ଦିନ ସେ ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେହିଦିନ ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ଘଟିଥିଲା।
ବୁଧବାର ସକାଳୁ ଏହି ଶତାୟୁ ପୁରୁଷଙ୍କ ପାର୍ଥିବ ଶରୀରକୁ ନଗର ପରିକ୍ରମା କରାଯିବା ପରେ ବିରୂପା ନଦୀତଟ ସ୍ମଶାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା।
ବଡ଼ପୁଅ ରାମଚନ୍ଦ୍ର ବେହେରା ମୁଖାଗ୍ନି ଦେଇଥିବା ବେଳେ, ମଧ୍ୟମ ପୁତ୍ର ହେମନ୍ତ କୁମାର ବେହେରା, କନିଷ୍ଠ ପୁତ୍ର ଇଞ୍ଜିନିୟର ପ୍ରଫୁଲ୍ଲ କୁମାର ବେହେରା, ଭାଇ ଗୁନାକର ବେହେରା, ଦୀନବନ୍ଧୁ ବେହେରା, ନବଘନ ବେହେରା, ପୁତୁରା ଚକ୍ରଧର ବେହେରା, ଶରତ ବେହେରା, ପ୍ରତାପ କିଶୋର ବେହେରା, ପ୍ରଣବ କିଶୋର ବେହେରା, ପ୍ରଭାସ କିଶୋର ବେହେରା, ନାତି ସ୍ମୃତିରଞ୍ଜନ ବେହେରା, ଅଚ୍ୟୁତ କୁମାର ବେହେରା, ଜ୍ୱାଇଁ ସନାତନ ବେହେରା, ସନ୍ତୋଷ କୁମାର ବେହେରା, ଇନ୍ଦ୍ରମଣି ଦାସ, ଲକ୍ଷ୍ମଣ ବେହେରା, ଭାଗ୍ୟଧର ଦାସ, କ୍ଷୀରୋଦ ଚନ୍ଦ୍ର ଦାସ, ସମାଜସେବୀ ଅଖିଳେଶ ପଦ ମହାନ୍ତି ପ୍ରମୁଖ ପାର୍ଥିବ ଦେହକୁ କାନ୍ଧ ଦେଇଥିଲେ।
ରବୀନ୍ଦ୍ର ଦାସ, ଅପର୍ତ୍ତୀ ବେହେରା, ସୁଦାମ ପଲେଇ, ଦାମୋଦର ପଲେଇ, ରାଜେଶ ବେହେରା, ହେମନ୍ତ ପ୍ରଧାନ, ସୁଶାନ୍ତ ଦାସ, ରାମଚନ୍ଦ୍ର ମହାପାତ୍ର, ଅଲେଖ ଚନ୍ଦ୍ର ଦାସ, ମାଗୁଣି ସାମଲ, ଭାରତ ଭୂଷଣ ଦାସ, ସୁବାସ ବେହେରା, ସରୋଜ ଦାସ, ରାକେଶ ବେହେରା, ସୁମନ୍ତ ପଲେଇ, ଅଞ୍ଜନ ବେହେରା, ମନୋଜ ଦାସ, ବିଳାସ ବେହେରା, ନିରଞ୍ଜନ ମୁଦୁଲି, ବ୍ରଜବନ୍ଧୁ ପଲେଇ ପ୍ରମୁଖ ସ୍ମଶାନ ଘାଟରେ ପହଞ୍ଚି ସ୍ବର୍ଗତ ବେହେରାଙ୍କ ଅନ୍ତିମ ଦର୍ଶନ ପୂର୍ବକ ଗଭୀର ଶୋକ ବ୍ୟକ୍ତ କରିଥିଲେ। ଏହି ଦୁଃଖଦ ଘଟଣାରେ ବହୁ ବିଶିଷ୍ଟ ବ୍ୟକ୍ତି ସୁନାକରଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।
