Zzz

ଝାରକଟା ବ୍ରାଞ୍ଚ ପୋଷ୍ଟ ମାଷ୍ଟରଙ୍କ ଝୁଲନ୍ତା ଶବ ଉଦ୍ଧାର

ରାଜ୍ୟ
Spread the love
କଟକ ସଦର : ବୟାଳିଶ ମୌଜା: ସ୍ଥାନୀୟ ବେଣ୍ଟକାର ଅଞ୍ଚଳରୁ ଜଣେ ଯୁବ ପୋଷ୍ଟମାଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ କନ୍ଧମାଳ ଜିଲ୍ଲାର ପ୍ରଶାନ୍ତ ମଲିକ (୨୪)। ଖବର ପାଇ ୪୨-ମୌଜା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାନ୍ତ ଗତ ପ୍ରାୟ ତିନି ବର୍ଷ ହେବ ଝାରକଟା ବ୍ରାଞ୍ଚ ପୋଷ୍ଟମାଷ୍ଟର ଭାବେ ବେଣ୍ଟକାର ପୋଷ୍ଟ ଅଫିସ ବିଲଡ଼ିଂରେ କାର୍ଯ୍ୟରତ ଥିଲେ। ସେ ବେଣ୍ଟକାର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ଆଜି ସକାଳେ ତାଙ୍କ ମୃତଦେହ ସେହି ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ପରେ ହିଁ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *