Zz

ବରିଷ୍ଠ ଯାଦବ ମୁରବୀ ଭାସ୍କର ବେହେରାଙ୍କ ପରଲୋକ

ରାଜ୍ୟ
Spread the love

ବୟାଳିଶ ମୌଜା : ଦେଉଳି ଗ୍ରାମର ବାସିନ୍ଦା ତଥା ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ, ବରିଷ୍ଠ ଯାଦବ ମୁରବୀ ଭାସ୍କର ବେହେରାଙ୍କର ଗତକାଲି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ସେ ଜଣେ ଶାନ୍ତ, ସରଳ, ମିଷ୍ଟଭାଷୀ, ବନ୍ଧୁବତ୍ସଳ ଓ ପରୋପକାରୀ ବ୍ୟକ୍ତି ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ।

ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ, ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନ ଏବଂ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ପରେ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ପାର୍ଥିବ ଶରୀରର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତାଙ୍କ ଜ୍ୟେଷ୍ଠ ପୁତ୍ର ସୁକାନ୍ତ ବେହେରା ମୁଖାଗ୍ନି ଦେଇଥିଲେ। ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସ୍ୱର୍ଗତ ଭାସ୍କର ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ନିଖିଳ ଓଡ଼ିଶା ମିନି ଟ୍ରକ୍ ମାଲିକ ସଂଘ ପକ୍ଷରୁ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଣେଶ ମାହାରୀ, କାର୍ଯ୍ୟକାରୀ ସଭାପତି ରାଜେଶ ସ୍ୱାଇଁ, ରାଜ୍ୟ ଉପସଭାପତି ଚିନ୍ମୟ ଦେବତା, ଯୁଗ୍ମ ସମ୍ପାଦକ ରତ୍ନାକର ସାହୁ, ରାଜ୍ୟ ଉପସଭାପତି ବୁଲୁ ପଟ୍ଟନାୟକଙ୍କ ସମେତ ନିରଞ୍ଜନ ମହାରଣା, ସୁରେଶ, ସଞ୍ଜୟ, ନିତ୍ୟାନନ୍ଦ ମହାପାତ୍ର, ଟୁଲୁ, ପ୍ରମୋଦ ଏବଂ ପିଙ୍କୁନୁ ପ୍ରମୁଖ ଉପସ୍ଥିତ ରହି ଗଭୀର ଶୋକ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *