ଅବଦୁଲ ରହିମ୍ ହାଇସ୍କୁଲର ଛାତ୍ର ଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମହିଳା ଗିରଫ !

ରାଜ୍ୟ
Spread the love

ଝଙ୍କଡ଼ :  ଅନେକ ଦିନର ଚର୍ଚ୍ଚିତ ଘଟଣାର ସଫଳତା ଅଞ୍ଚଳବାସୀ ଙ୍କୁ ଖୁସୀ ର ଖୋରାକ ଯୋଗେଇଥିବାର ଚର୍ଚ୍ଚା ସର୍ବତ୍ର ବ୍ୟାପିବାରେ ଲାଗିଛି  |  ପୋଲିସ ର ବାହାଦୁରି କୁ ତାରିଫ ମିଳିଛି | ଖବର ଅନୁସାରେ ତିର୍ତ୍ତୋଲ ଥାନା ବିରିତୋଳ ପଞ୍ଚାୟତ ଅଧିନ ରସୁଲପୁର ସ୍ଥିତ ଅବଦୁଲ ରହିମ ଉଚ୍ଚ ବିଦ୍ୟାଳୟ ରେ, ସପ୍ତମଶ୍ରେଣୀ ରେ ପାଠ ପଢ଼ୁଥିବା ଜଣେ ନାବାଳକ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମହିଳା ଅନୱାରି ବେଗମ କୁ ପୁଲିସ ଆଜି ଗିରଫ କରି ଅଦାଲତ ଚାଲାଣ କରିଛି | ଅଭିଯୋଗ ମୁତାବକ ଗତ ୯ ତାରିଖ ରେ ବିଦ୍ୟାଳୟ ମଧ୍ୟାହ୍ନଭୋଜନ ଚାଲିଥିଲା ବେଳେ ସେହି ଗ୍ରାମର ମହିଳା ଅନୱାରି ବେଗମ ବିଦ୍ୟାଳୟ ପରିସରରେ ପ୍ରବେଶ କରି ମାଡ ମାରି ଆହତ କରିଥିବା ନେଇ ଛାତ୍ର ର ଅଭିଭାବକ ରହିମା ଖାତୁନ ତିର୍ତ୍ତୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ|

ତିର୍ତ୍ତୋଲ ପୁଲିସ ଅଭିଯୋଗ କୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ଆଜି ଅଭିଯୁକ୍ତ ଅନୱାରି ବେଗମ କୁ ଗିରଫ କରି ଅଦାଲତ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ବଂଶୀଧର ପ୍ରଧାନ ସୂଚନା ଦେଇଛନ୍ତି। ଆସାମୀ ଅନୁୱାରୀ ବେଗମ ଚଞ୍ଚକତା କରି ଗ୍ରାମବାସୀଙ୍କ ନାମରେ ମିଥ୍ୟା ଆରୋପ ଲଗାଇ ଡାକଯୋଗେ ଏତେଲା କରି ମୂଳ ମାମଲା କୁ ଚପେଇବାକୁ ଚେଷ୍ଟା କରିଥିଲା ! ଏପରିକି ପୋଲିସଙ୍କ ନାମରେ ଆରୋପ ଲଗାଇଥିବାର କେତେକ ଗଣମାଧ୍ୟମ ରୁ ଦେଖିବାକୁ ମିଳିଥିଲା ! କିନ୍ତୁ ତିର୍ତ୍ତୋଲ ପୋଲିସ ଓ କନକପୁର ଫାଣ୍ଡି ଅଫିସର ଦଳ ବଳ ଲଗେଇ ଆସାମୀଙ୍କୁ ବାଲିକୁଦା ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ! ଅଞ୍ଚଳବାସୀ ପୋଲିସ ଟିମ ର ଏହି କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଛନ୍ତି । ତେବେ ଗିରଫ ହୋଇଥିବା ଦୁର୍ଦ୍ଦାନ୍ତ ମହିଳା ଅନୁୱାରୀ ବେଗମ ଜଣେ ଚୋରା ବାଲିମାଫିଆ ହୋଇଥିବା ବେଳେ, ତା’ ର ମୁଖ୍ୟସହଯୋଗୀ ଓ ମୁଖ୍ୟପରାମର୍ଶଦାତା, ଶେଖ ରିୟାଜ ଅଲ୍ଲୀ ନାମକ ଯୁବକ, ବସ୍ତିର ଯାତାୟତ ପଥକୁ ଅବରୋଧ କରି ସିମେଣ୍ଟ ପିଣ୍ଡା କରି ଜବରଦଖଲ କରିଥିବାରୁ, କୌଣସି ଜରୁରୀକାଳୀନ ପରିସ୍ଥିତି ରେ ଆମ୍ବୁଲାନ୍ସ ଟିଏ ମଧ୍ୟ ଯାଇପାରୁନାହିଁ l କେବେ ଉଛେଦ ହେଉଛି ଏହି ଜବରଦଖଲ ଆଉ କେବେ କେବେ ଶେଖ ରିୟାଜ ଅଲ୍ଲୀ ଙ୍କ ବିରୁଦ୍ଧରେ ଆଇନୀଗତ କାର୍ଯ୍ୟାନୁଷ୍ଠାନ ହେବ ? ତାହା ଦେଖିବାକୁ ବାକିରହିଲା l

Leave a Reply

Your email address will not be published. Required fields are marked *