ଶିକ୍ଷକ ବଦଳି ବାତିଲ ଦାବୀରେ ସ୍କୁଲରେ ତାଲା, ଧାରଣାରେ ଅଭିଭାବକ ଓ ବିଦ୍ୟାର୍ଥୀ

ରାଜ୍ୟ
Spread the love

ମାହାଙ୍ଗା   : ମାହାଙ୍ଗା ବ୍ଲକ ମୂଳବସନ୍ତ ପଞ୍ଚାୟତ ଗୋପାଳପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରୁ ଜନୈକ ଶିକ୍ଷକଙ୍କ ବଦଳି ହେବା ସହିତ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଶିକ୍ଷକଙ୍କୁ ସେହି ସ୍କୁଲରେ ଅବସ୍ଥାପିତ କରାଯାଇଛି l
ଏହାକୁ ନେଇ ଅଭିଭାବକ, ଛାତ୍ର ଓ ଗ୍ରାମବାସୀ ମାନେ ତୀବ୍ର ଅସନ୍ତୋଷ ପ୍ରକଟ ପୂର୍ବକ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିରହିବା ଦେଖିବାକୁ ମିଳିଛି l
ଆନ୍ଦୋଳନକାରୀଙ୍କୁ ବୁଝା ସୁଝା ପାଇଁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଅଧିକାରୀ ମାନେ ଘଟଣା ସ୍ଥଳୀରେ ପହଂଚି, ଆଲୋଚନା କରିବା ସତ୍ୱେ କୌଣସି ସମାଧାନ ହୋଇପାରିନାହିଁ l
୨ ମାସ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ବିଇଓ ଙ୍କ କାର୍ଯ୍ୟାଳୟରୁ ଯାଇଥିବା ଏବିଇଓ ଏବଂ ସିଆରସିସି କହିବାରୁ ଏହି ପ୍ରସ୍ତାବକୁ ଆନ୍ଦୋଳନକାରୀ ପ୍ରତ୍ୟାଖ୍ୟାନ କରିଥିଲେ l
କାହିଁକି ବିଦ୍ୟାଳୟରୁ ଜଣେ ଦକ୍ଷ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଗଲା ଓ ତାଙ୍କ ସ୍ଥାନରେ ଜଣେ ଭିନ୍ନକ୍ଷମ ଶିକ୍ଷକଙ୍କୁ ଗୋପାଳପୁର ସ୍କୁଲକୁ ପଠା ଗଲା, ସେ ନେଇ ଅଭିଭାବକ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ l
ବଦଳି ହୋଇଥିବା ଶିକ୍ଷକଙ୍କୁ ପୁନଃ ଅବସ୍ଥାପିତ କରା ନଯିବା ପର୍ଯ୍ୟନ୍ତ ସ୍କୁଲରେ ତାଲା ପଡିବ ଏବଂ ପିଲାମାନଙ୍କୁ ନେଇ ଅଭିଭାବକ ମାନେ ଆନ୍ଦୋଳନ ଜାରୀ ରଖିବାକୁ ଚେତାବନୀ ଦେବାରୁ ଶିକ୍ଷା ବିଭାଗ ଅକଳରେ ପଡିବା ଚର୍ଚ୍ଚା ହେଉଛି l
ସବୁଠାରୁ ବଡ଼ ସମସ୍ୟା ହେଉଛି ବିଦ୍ୟାଳୟ ପଛ ପଟେ ଏକ ପୋଖରୀ ରହିଥିବା ବେଳେ, ଆଗ ପଟରେ ରାସ୍ତା l ସ୍କୁଲର ସୁରକ୍ଷା ପାଚେରୀ କିମ୍ବା ଗେଟ ନାହିଁ l ନୂଆ କରି ଏହି ସ୍କୁଲକୁ ଆସିଥିବା ଜଣେ ଭିନ୍ନକ୍ଷମ ଶିକ୍ଷକଙ୍କ ଦାୟିତ୍ୱରେ ପିଲାମାନେ ସମ୍ପୂର୍ଣ୍ଣ ଅସୁରକ୍ଷିତ ବୋଲି ଅଭିଭାବକ ମାନେ ଅଭିଯୋଗ ଆଣିଛନ୍ତି l
ତୁରନ୍ତ ପୁରୁଣା ଶିକ୍ଷକଙ୍କୁ ଏଠାରେ ଅବସ୍ଥାପିତ ପାଇଁ ଗ୍ରାମବାସୀ ଓ ବୁଦ୍ଧିଜୀବୀ ମାନେ ସ୍ଥାନୀୟ ବିଧାୟକ, ଶିକ୍ଷା ବିଭାଗର ଅଧିକାରୀ ଏବଂ ସରକାରଙ୍କ ନିକଟରେ ଦୃଢ଼ ଦାବୀ ରଖିଛନ୍ତି l

Leave a Reply

Your email address will not be published. Required fields are marked *