ଚୁଲି ନିଆଁରେ ପାଚିକା ଗୁରୁତର

କେନ୍ଦୁଝର ରାଜ୍ୟ
Spread the love

ଆନନ୍ଦପୁର, ୨୭/୧୧: କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ହାତୀବନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ମଧ୍ୟାହ୍ନଭୋଜନ ପ୍ରସ୍ତୁତି ବେଳେ ଚୁଲି ନିଆଁରୁ ଶାଢ଼ିରେ ନିଆଁ ଲାଗିଯାଇ ପାଚିକା ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ପାଚିକା ଜଣକ ତଅପୋଇ ପ୍ରଧାନ ବୋଲି ଜଣାପଡିଛି।ସୂଚନା ଅନୁଯାୟୀ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ହାତୀବନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ପ୍ରତିଦିନ ପରି ଛାତ୍ରଛାତ୍ରୀଙ୍କ ପାଇଁ ପାଚିକା ଜଣଙ୍କ କାଠ ଚୁଲିରେ ରୋଷେଇ ପ୍ରସ୍ତୁତି କରୁଥିଲେ। ଏତିକିବେଳେ ଅସାବଧାନତା ବଶତଃ ଚୂଲି ନିଆଁରୁ ସେ ପିନ୍ଧିଥିବା ଶାଢ଼ିରେ ନିଆଁ ଲାଗିଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *