ଗୁରୁଦିବସରେ ଓଡ଼ିଶାର ୨ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ସମ୍ମାନ-୨୦୨୫

କୋରାପୁଟ ଦେଶବିଦେଶ ମାଲକାନଗିରି ରାଜ୍ୟ
Spread the love

ନୂଆଦିଲ୍ଲୀ/ଭୁବନେଶ୍ୱର,୫/୯: ପବିତ୍ର ଗୁରୁଦିବସ ଅବସରରେ ଦିଲ୍ଲୀ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୪୫ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିରେ ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିଛି ଜାତୀୟ ଶିକ୍ଷକ ସମ୍ମାନ-୨୦୨୫। ଶିକ୍ଷକ ଦ୍ୱୟ ହେଲେ ମାଲକାନଗିରିର ବସନ୍ତ ରଣା ଓ କୋରାପୁଟର ତରୁଣ ଦାଶ । ବସନ୍ତ ରଣା ମାଲକାନଗିରି କୋଣ୍ଡେଲ ନିୟୁ ହାଇସ୍କୁଲର ଶିକ୍ଷକ ଥିବାବେଳେ ଶିକ୍ଷକ ତରୁଣ ଦାଶ କୋରାପୁଟ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି ।

Leave a Reply

Your email address will not be published. Required fields are marked *