ଜନକଲ୍ୟାଣ ସେବାସମବାୟ ସମିତିର ଧାନମଣ୍ଡି ଉଦଘାଟନ ଉତ୍ସବ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :  ବାଣୀ କ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ସ୍ଥିତ ଜନକଲ୍ୟାଣ ସେବା ସମବାୟ ସମିତିର ନିଜସ୍ଵ କାର୍ଯ୍ୟାଳୟ ପରିସରରେ ଗତ ଶୁକ୍ରବାର ଦିନ ପୂର୍ବାହ୍ନରେ ଧାନମଣ୍ଡି ଉଦଘାଟନ ଉତ୍ସବ ସମିତିର ସଭାପତି ଅଜୟ କୁମାର ରାଉଳ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଶିଷ୍ଟ ସମାଜସେବୀ ତଥା ପରିବେଶବିତ ଅଶୋକ କୁମାର ମହାନ୍ତି ଙ୍କ ସଭାଟିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ତିର୍ତ୍ତୋଲ ବ୍ଲକର ଅଧ୍ୟକ୍ଷ ମନୋଜ କୁମାର ବେହେରା, ମୁଖ୍ୟବକ୍ତା ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି ଓ ସମ୍ମାନିତ ଅତିଥି ଭାବରେ ତିର୍ତ୍ତୋଲ ସମବାୟ ବ୍ୟାଙ୍କ ମ୍ୟାନେଜର ସୁଶୋଭନ ନାୟକ , ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା, କୋଷ୍ଠିମଲ୍ଲିକାପୁର ସରପଞ୍ଚ ବିଭୁ ପ୍ରସାଦ ମହାନ୍ତି , କନକପୁର ସରପଞ୍ଚ ରେବତୀ ମହାନ୍ତି , କଟରା ସମିତିସଭ୍ୟା ରୋଜାଲିନୀ ଜେନା , ପୁର୍ବତନ ବ୍ୟାଙ୍କ ମ୍ୟାନେଜର ଫକୀର ଚରଣ ସ୍ୱାଇଁ, କୃଷି ବିଭାଗ ଓଭରସିୟର ଅନସୂୟା ପାତ୍ର , କନକପୁର ଓ ମୁଳିସିଂହ ର ରାଜସ୍ବ ନିରୀକ୍ଷକ ପ୍ରମୁଖ ଯୋଗଦେଇ ଚାଷୀମାନେ କିପରି ସୁବିଧାରେ ଧାନଦେଇ ନିଜ ନିଜର ନାଜ୍ୟପ୍ରାପ୍ୟ ପାଇ ପାରିବେ ଓ ଏହି ଧାନ କିଣା ବିକା ରେ କିପରି ସ୍ବଚ୍ଛତା ବଜାୟ ରଖିବାକୁ ପଡିବ, ସେ ବିଷୟରେ ତଥ୍ୟଭିତ୍ତିକ ଆଲୋଚନା କରି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

752641a4 0cf8 44ef 9ef2 29a045f7232c

ସମିତିର ସମ୍ପାଦକ ପରମାନନ୍ଦ ଦାସ ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ବାଗତ କରିଥିବା ବେଳେ  ଡିଓ ଚିରଞ୍ଜିବୀ ରାଉଳ, ରାଜେଶ ରଞ୍ଜନ ସାହୁ, ଶିବ କାନ୍ତ ବେହେରା ପ୍ରମୁଖ କାର୍ଯକ୍ରମ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ନୋଡାଲ ଅଫିସର ରିତିକ୍ ମହାନ୍ତି, ସମସ୍ତ ଚାଷୀ ମାନଙ୍କର ସହଯୋଗ କାମନା କରିଥିବା ବେଳେ, କ୍ରୟକମିଟି ର ସଦସ୍ୟ ରମେଶ ଚନ୍ଦ୍ର ରାଉଳ , ଅକ୍ଷୟ କୁମାର ସ୍ବାଇଁ , ବରଦା ପ୍ରସାଦ ମହାନ୍ତି , ତୁଷାରକାନ୍ତ ଦାସଙ୍କ ସମେତ ବ୍ରଜକିଶୋର ମଲ୍ଲିକ, ଦ୍ୟିଜବର ବାରିକ, ଦିଲ୍ଲୀପ ମହାନ୍ତି ପ୍ରମୁଖ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଚାଷୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପରିଶେଷରେ ସହସମ୍ପାଦକ ପ୍ରକାଶ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *