ସାରଦା ଏକାଡେମୀ ୧୯୯୮ ବିଦ୍ୟାର୍ଥୀମାନଙ୍କ ବନ୍ଧୁମିଳନ ଉତ୍ସବ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :   ବାଣୀ କ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ସାରଦା ଏକାଡେମୀ ୧୯୯୮ ବ୍ୟାଚ ପୂରାତନ ଛାତ୍ର ଛାତ୍ରୀ ମାନଙ୍କର ଏକ ବନ୍ଧୁମିଳନ ଉତ୍ସବ, ବସନ୍ତବଗିଚା, ସାରଳା ପବ୍ଲିକ ସ୍କୁଲ ପରିସରରେ ଗତ ଶୁକ୍ରବାର ଦିନ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ମା ସାରଳା ଙ୍କ ମାର୍ଜନା ଓ ପୂଜାର୍ଚ୍ଚନା କରିବା ପରେ, ବିଦ୍ୟାର୍ଥୀ ମାନଙ୍କ ବନ୍ଧୁମିଳନ ଉତ୍ସବ ଆରମ୍ଭରେ ଏକାଡେମୀ ର ପ୍ରାକ୍ତନ ଦିବଂଗତ ଶିକ୍ଷକ ଶିକ୍ଷୟତ୍ରୀ ଓ ସହପାଠି ଙ୍କ ସମେତ ସାରଳା ପବ୍ଲିକ ସ୍କୁଲ ଅଧ୍ୟକ୍ଷ ସ୍ବର୍ଗତ ବରଦା ପ୍ରସାଦ ମହାନ୍ତି ଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବପ୍ରାର୍ଥନା କରାଯାଉଥିଲା।

ଅତୀତର ସ୍ମୃତି କୁ ରୋମନ୍ଥନ କରି ପରଷ୍ପର ମଧ୍ୟରେ ପବିତ୍ର ଭାବବିନିମୟ କରି ଭବବିହ୍ୱଳ ହୋଇ ଉଠିଥିଲେ। ସେଥିରେ ଆସିଥିବା କୁନିକୁନି ପିଲାମାନେ ମଞ୍ଚ ଉପରେ ନାଚଗୀତର ଆସର ପରିବେଶକୁ ଉତ୍ସବମୁଖର କରିଥିଲା । ତେବେ ଏହି ସମସ୍ତ କାର୍ଯ୍ୟକ୍ରମରେ ଅମରଜ୍ୟୋତି ଭଟ୍ଟ , ରୁଦ୍ରପ୍ରସାଦ ରାଉଳ , ପରେଶ ଭଟ୍ଟ , ତୁଷାରକାନ୍ତ ପରିଜା, ଆଦିତ୍ୟ ପଟ୍ଟନାୟକ , ପ୍ରୀତିରଞ୍ଜନ ରଣା, ଜୟନ୍ତ ସିଂହ, ଚିତ୍ତରଞ୍ଜନ ତାରିଣୀଆ , ଦୀପ୍ତି ରଞ୍ଜନ ନାୟକ , ସାରଦା ନାୟକ , ପ୍ରଣବ ଲେଙ୍କା, ପ୍ରୀତି ରଞ୍ଜନ ପଣ୍ଡା , ପ୍ୟାରୀମୋହନ ମହାନ୍ତି , ଗୋଲକ ବେହେରା, ବ୍ରଜେଶ ଦାସ , ଦୀପ୍ତିପ୍ରଭା ସାହୁ, ମଧୁସ୍ମିତା ବିଶ୍ବାଳ, ମାଧବୀ ରାଉତ , ରିନୁମୟି ସିଂହ , ପ୍ରତିମା ଭଟ୍ଟ , ପ୍ରୀତି ମହାରଣା ଓ ସଂଯୁକ୍ତା ପରିଜା ଙ୍କ ସମେତ ପ୍ରାୟ ୫୦ ଜଣ ରୁ ଉର୍ଦ୍ଧ୍ବ ପ୍ରାକ୍ତନ ଛାତ୍ର ଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ, ପ୍ରତି ବର୍ଷ ଏହି ବନ୍ଧୁମିଳନ, ଆମ ମଧ୍ୟରେ ସମ୍ପର୍କ କୂ ସୁଦୃଢ଼ କରିବା ସହିତ ଆତ୍ମୀୟତା କୁ ମଧ୍ୟ ଉଦଯିବିତ କରି ରଖିଆସିଛି ବୋଲି ପ୍ରତିକ୍ରିୟା ପ୍ରକାଶ କରିଥଲେ।

Leave a Reply

Your email address will not be published. Required fields are marked *