ଜଗତସିଂହପୁର/ଝଙ୍କଡ଼ : ରାଜ୍ୟର ଅନ୍ୟତମ ପୁରାତନ ତଥା ଲୋକପ୍ରିୟ ମିଡିଆ ହାଉସ ନଗରଖବର ପକ୍ଷରୁ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ତିନିଜଣ ପ୍ରତିଭାବାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଛି । ଖବର ଅନୁଯାୟୀ ବ୍ୟାସଫାଉଣ୍ଡେସନର ଅଧ୍ୟକ୍ଷା ତଥା ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ମହିଳା ଶାଖାର ସଭାପତି ସ୍ନେହମୟୀ ଆଚାର୍ଯ୍ୟ, ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ନବନିଯୁକ୍ତ ରାଜ୍ୟ ଉପସଭାପତି ପଣ୍ଡିତ ଶରତ କୁମାର ଦାଶ ଓ ସମାଜସେବା,ସାମ୍ବାଦିକତା, ସାରସ୍ବତ ସାଧନା ଓ ସେବା ପାଇଁ ଆମେରିକାନ ମେରିଟ କାଉନସିଲ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରାପ୍ତ ହୋଇଥିବା ଗୌରାଙ୍ଗ ଚରଣ ସ୍ୱାଇଁଙ୍କୁ ଗତ ଶୁକ୍ରବାର ସନ୍ଧ୍ୟାରେ ତିର୍ତ୍ତୋଲ ସ୍ଥିତ ଆନନ୍ଦମଣ୍ଡପର ସଭାଗୃହରେ ସମ୍ମାନିତ କରାଯାଇଥିଲା |
ନଗର ଖବରର ପ୍ରତିଷ୍ଠାତା ସମ୍ପାଦକ ପ୍ରଦୀପ ଦାସ ପ୍ରତିଭାବାନ ବ୍ୟକ୍ତିତ୍ବମାନଙ୍କୁ ଉତ୍ତରୀୟ, ପୁଷ୍ପ ଓ ଉପଢ଼ୌକନ ଦେଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ। ସାରଳା ସଂସ୍କୃତି ଗବେଷକ ତଥା ନଗର ଖବର ଜଗତସିଂହପୁର ଜିଲ୍ଲା ପ୍ରତିନିଧି ରମାକାନ୍ତ ରାଉଳଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ତିର୍ତ୍ତୋଲ ପ୍ରେସ କ୍ଳବ୍ ର ଉପସଭାପତି ରଞ୍ଜନ କୁମାର ମଲ୍ଲିକ, ସହ ସମ୍ପାଦକ ସାମ୍ୱାଦିକ ଭାଗବତ ପ୍ରସାଦ, ବ୍ୟାସ ଫାଉଣ୍ଡେସନ ର ସଭାପତି ତଥା ଶିକ୍ଷକ ନେତା ଡଃ ସିଦ୍ଧେଶ୍ୱର ପଣ୍ଡା ,ଯୁବ ସମାଜସେବୀ ସ୍ମୁତିରଞ୍ଜନ ଦାଶ ଓ କ୍ୟାମେରା ପର୍ସନ ଦିପରାଜ୍ ସିଂହ ପ୍ରମୁଖ ଯୋଗଦେଇ, ସମ୍ବର୍ଦ୍ଧିତ ହୋଇଥିବା ଏହି ତିନିଜଣ ପ୍ରତିଭାବାନ ଙ୍କ ବ୍ୟକ୍ତିତ୍ଵ ଓ କୃତିତ୍ବ ଉପରେ ଆଲୋଚନା କରିବା ସହିତ, ନଗର ଖବର ର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ଦାସଙ୍କର ଏହି ପ୍ରୟାସର ଉଚ୍ଚପ୍ରଶଂସା କରିଥିଲେ |
