ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର: ମନୁ ଭାକର ଓ ଗୁକେଶଙ୍କ ସମେତ ୪ କ୍ରୀଡ଼ାବିତ୍‌ ଖେଳରତ୍ନରେ ସମ୍ମାନିତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପ୍ୟାରିସ୍‌ ଅଲିମ୍ପିକ୍‌ରେ ଦୁଇ ଦୁଇଟି ପଦକ ଜିତିଥିବା ମହିଳା ସୁଟର ମନୁ ଭାକର ଓ ବିଶ୍ଵ ଚେସ୍‌ ଚମ୍ପିଆନ୍‌ ଡି. ଗୁକେଶଙ୍କ ସମେତ ୪ ଜଣ ଖେଳାଳିଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି। ପୁରସ୍କାର ବିତରଣ ସମାରୋହରେ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଧ୍ୟ ଉପସ୍ଥିତ ଥିଲେ। ଜାନୁଆରୀ ପ୍ରଥମ ସପ୍ତାହରେ କ୍ରୀଡ଼ା […]

ସଂପୂର୍ଣ୍ଣ ପଢନ୍ତୁ

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା; ଶିରିଡ଼ିକୁ ଗଲେ ୮୦୦ ବରିଷ୍ଠ ନାଗରିକ

ଭୁବନେଶ୍ଵର: ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅଧୀନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପେଶାଲ୍ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ଵର ରେଳ ଷ୍ଟେସନରେ ସବୁଜ ପତାକା ଦେଖାଇ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଭୁବନେଶ୍ବର-ଶିରିଡ଼ି-ନାସିକ ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ ହୋଇଛି । ୬ଟି ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲାରୁ ୮ଶହ ବରିଷ୍ଠ ନାଗରିକମାନେ ତୀର୍ଥ ଯାତ୍ରାରେ ଯାଉଛନ୍ତି । ଚଳିତ ବର୍ଷ ବରିଷ୍ଠ ନାଗରିକ ତୀର୍ଥ […]

ସଂପୂର୍ଣ୍ଣ ପଢନ୍ତୁ

ଡାଲମିଆ ସିମେଣ୍ଟ କାରଖାନାରେ ଅଘଟଣ, ୨୧ ଘଣ୍ଟା ପରେ ମୁହଁ ଖୋଲିଲା କଂପାନୀ

ସୁନ୍ଦରଗଡ଼/ ରାଜଗାଙ୍ଗପୁର: ରାଜଗାଙ୍ଗପୁର ଡାଲ୍‌ମିଆ ସିମେଣ୍ଟ ଭାରତ ଲିମିଟେଡ୍‌ (ଡିସିବିଏଲ୍‌) କାରଖାନାରେ ଘଟିଥିବା ବଡ଼ ଅଘଟଣ ଘଟିବାର ୨୧ ଘଣ୍ଟା ପରେ ପ୍ରେସ ଇସ୍ତାହାର ଦେଇ ମୁହଁ ଖୋଲିଛି ଡାଲମିଆ ସିମେଣ୍ଟ କମ୍ପାନୀ। ୩ଜଣ ନିଖୋଜ ଥିବା କଂପାନୀ ସ୍ବୀକାର କରିଛି। ଏହାଛଡ଼ା କଂପାନୀ ପକ୍ଷରୁ କୁହାଯାଇଛି ଯେ ଗୁରୁତରମାନଙ୍କୁ ସ୍ୱତନ୍ତ୍ର ହସ୍ପିଟାଲକୁ ନିଆଯାଇଛି। ହେଲେ ଗୁରୁତରଙ୍କ ସଂଖ୍ୟା ଦେଇ ନାହିଁ କି କେଉଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସେନେଇ ସୂଚନା ଦେଇନାହିଁ। ଏଣେ ପ୍ରଶାସନ କହୁଛି କେହି […]

ସଂପୂର୍ଣ୍ଣ ପଢନ୍ତୁ

ଏଲନ ମସ୍କ ବାହାର କଲେ ନିଯୁକ୍ତି: କହିଲେ, ‘ଡିଗ୍ରୀ ଦରକାର ନାହିଁ, ବାସ୍ ଏତିକି କାମ ଆସୁଥିବା ଦରକାର’

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସର ମାଲିକ ଏଲନ ମସ୍କ ଏଥର ନିଜ ପୋଷ୍ଟକୁ ନେଇ ପୁଣି ଚର୍ଚ୍ଚାରେ ଅଛନ୍ତି । ମସ୍କ ଏକ୍ସରେ ଭିନ୍ନ ଢଙ୍ଗରେ ନିଯୁକ୍ତି ପାଇଁ ପୋଷ୍ଟ କରିଛନ୍ତି । ମସ୍କ ପୋଷ୍ଟରେ ଲେଖିଛନ୍ତି କି ‘ଆପଣ କେଉଁଯାଏଁ ପଢିଛନ୍ତି ଆମର ଦରକାର ନାହିଁ । ଆପଣ ସ୍କୁଲରେ ପଢିଛନ୍ତି କି ନାହିଁ ଆବଶ୍ୟକ ନାହିଁ । ଯଦି ଆପଣ କେବଳ ହାର୍ଡକୋର ସଫ୍ଟଓ୍ବେୟାର ଇଞ୍ଜିନିୟର ତେବେ ଆମକୁ ସମ୍ପର୍କ କରନ୍ତୁ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍‍ମନ ସନ୍‍ମୁଗ୍‍ରତ୍ନମ

ଭୁବନେଶ୍ବର: ସିଙ୍ଗାପୁର ରାଷ୍ଟ୍ରପତି ଥର୍‍ମନ ସନ୍‍ମୁଗ୍‍ରତ୍ନମ ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ଏହି ଦୁଇ ଦିନ ମଧ୍ୟରେ ସିଙ୍ଗାପୁର ରାଷ୍ଟ୍ରପତି ଭୁବନେଶ୍ୱରର ୱାର୍ଲ୍‍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରିବା ସହିତ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତ ଯେ, […]

ସଂପୂର୍ଣ୍ଣ ପଢନ୍ତୁ

ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ବଢ଼ାଇଲେ ଓଡ଼ିଶା ସରକାର

ଭୁବନେଶ୍ବର: ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକ (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ କାର୍ଯ୍ୟରତ) ସେମାନଙ୍କର ବିଭିନ୍ନ ଦାବିକୁ ବିଚାରକୁ ନେଇ ସରକାର ମାସିକ ପାରିଶ୍ରମିକ ୧୧,୧୦୦ରୁ ୧୬ ହଜାର ଟଙ୍କା ବୃଦ୍ଧି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ସୂଚନା ଦେଇଛନ୍ତି । ଏହା ଦ୍ୱାରା ରାଜ୍ୟର କାର୍ଯ୍ୟରତ ୧୩,୭୪୦ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ । ଏହାସହିତ ଏହି ବର୍ଗର […]

ସଂପୂର୍ଣ୍ଣ ପଢନ୍ତୁ

ରୁଷ ସେନାରେ ଯୋଗଦେଇଥିବା ୧୮ ଭାରତୀୟଙ୍କ ମଧ୍ୟରୁ ୧୬ ନିଖୋଜ

ରୁଷ ସେନାରେ ଯୋଗଦେଇଥିବା ୧୮ ଭାରତୀୟଙ୍କ ମଧ୍ୟରୁ ୧୬ ଜଣ ନିଖୋଜ ଅଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧରେ କେରଳର ଜଣେ ଯବାନ ପ୍ରାଣ ହରାଇବା ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି। କେରଳର ମୃତ ଯବାନଙ୍କ ମରଶରୀରକୁ ଭାରତ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଥିବା ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ରୁଷ ସେନାରେ ୧୨୬ ଜଣ ଯବାନ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ୯୬ ଜଣଙ୍କୁ ଫେରାଇ ଅଣାଯାଇଛି। ବର୍ତ୍ତମାନ ସୁଦ୍ଧା ୧୮ […]

ସଂପୂର୍ଣ୍ଣ ପଢନ୍ତୁ

ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୁବନେଶ୍ଵର: ବଡ ଖବର । ଜାନୁଆରୀ ଶେଷ ସୁଦ୍ଧା ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ସୁଭଦ୍ରାକୁ ନେଇ ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଯାବତ୍ ସୁଭଦ୍ରାରେ ପୁଣି ୧୭ ହଜାର ମହିଳା ସାମିଲ୍ ହୋଇଛନ୍ତି । ଅପ୍‌ଟ ଆଉଟ୍ ହୋଇଥିବା ୧୭ ହଜାର ମହିଳା ପୁଣିଥରେ ମିଶିଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗତ କିଛି ଦିନ ଭିତରେ ୩୧ ହଜାର ମହିଳା […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀମନ୍ଦିରରେ ଫେବୃଆରୀ ୧ରୁ ଧାଡ଼ି ଦର୍ଶନ ପ୍ରକ୍ରିୟା

ପୁରୀ: ଫେବୃଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ହୁଣ୍ଡି ସ୍ଥାନାନ୍ତର ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ବିଳମ୍ବ ହେଉଛି। ଏଥିପାଇଁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା କିଛି ଦିନ ଗଡ଼଼ିପାରେ। ତେବେ ଫେବୃଆରୀ ୧ରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇପାରେ। ହୁଣ୍ଡି ସ୍ଥାନାନ୍ତର ପାଇଁ କିଛି ଅନୁମତି ଆବଶ୍ୟକତା ରହିଛି। ସେହି ପ୍ରକ୍ରିୟା ସରିବା ପରେ ଧାଡ଼ି ଦର୍ଶନ ପାଇଁ ଷ୍ଟ୍ରକଚର […]

ସଂପୂର୍ଣ୍ଣ ପଢନ୍ତୁ

ଆୟକର ବିଭାଗର ବଡ ଧରଣର ରେଡ୍, ଠିକାଦାର ପୃଥ୍ବୀରାଜ ପାତ୍ରଙ୍କ ଘର ଓ ଅଫିସରେ ଚଢ଼ାଉ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ବଡ ଧରଣର ଚଢାଉ ।  ଏକାଧିକ ସ୍ଥାନରେ ବର୍ତ୍ତମାନ ଚଢାଉ ଜାରି ରହିଛି ।  କଣ୍ଟାବାଞ୍ଜି ସହରରେ ଥିବା ଠିକାଦାର ପୃଥିରାଜ ପାତ୍ରଙ୍କ ଘର ଓ ଅଫିସରେ ଚଢ଼ାଉ କରାଯାଇଛି ।  ବଙ୍ଗୋମୁଣ୍ଡା ଗାଁରେ ଥିବା ଠିକାଦାର କିଶନଲାଲ ଅଗ୍ରୱାଲଙ୍କ ଘରେ ଏବଂ ତାଙ୍କ ଅଫିସରେ ଚଢାଉ କରାଯାଇଛି । କଣ୍ଟାବାଞ୍ଜିର ଠିକାଦାର ଜଗଦୀପ ବଂସଲଙ୍କ କ୍ରସରରେ ମଧ୍ୟ ଆୟକର ବିଭାଗ ଚଢାଉ କରୁଛି […]

ସଂପୂର୍ଣ୍ଣ ପଢନ୍ତୁ