ଅଶ୍ଳୀଳତା ମୁକ୍ତ ହେବ ଖଣ୍ଡଗିରି ଯାତ୍ରା; ନାଚି ପାରିବେନି ନିଶା, ରାଣୀ ପ୍ରିୟଦର୍ଶିନୀ ଓ ସାହୁ ଭାଉଜ

ଭୁବନେଶ୍ବର: ରାଜଧାନୀର ଛାତି ଉପରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ଆୟୋଜିତ ହେବାକୁ ଥିବା ଖଣ୍ଡଗିରି କୁମ୍ଭମେଳା ପାଖେଇ ଆସୁଛି। ସମୟ କମ୍‌ ଦିନ ଥିବାରୁ ଏବେ ପ୍ରସ୍ତୁତି ଜୋରସୋର୍‌ରେ ଚାଲିଛି। ସାଧୁସନ୍ଥମାନେ ମେଳା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନୋରଞ୍ଜନର ଖୋରାକ ଯୋଗାଇବାକୁ ଯାତ୍ରା କମିଟି ସଜବାଜ ହେଉଛନ୍ତି। ଏହାରି ମଧ୍ୟରେ ଆଜି ଯାତ୍ରାପ୍ରେମୀଙ୍କ ପାଇଁ ବଡ଼ ଖବର ଆସିଛି। ଏହି ଖବର ନାଟକକୁ ଭଲ ପାଉଥିବା ପ୍ରଶଂସକ ଓ ଯାତ୍ରାପ୍ରେମୀମାନଙ୍କ ପାଇଁ। ଯାତ୍ରା କମିଟି […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି, ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି। ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ଦତ୍ତ ମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ। ଏହି ଗୁପ୍ତସେବା ନୀତି ପାଇଁ ଦୀର୍ଘ ୫ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ। ଆସନ୍ତା କାଲି ଅର୍ଥାତ୍ ବୁଧବାର ଅପରାହ୍ନ ୫ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ପାଇଁ ଶ୍ରୀମନ୍ଦିର ବନ୍ଦ […]

ସଂପୂର୍ଣ୍ଣ ପଢନ୍ତୁ

ଅଡ଼ୁଆରେ ମାର୍କ ଜୁକରବର୍ଗ, ମେଟାକୁ ସମନ କରିବ ସଂସଦୀୟ କମିଟି

ଭାରତରେ ଗତବର୍ଷ ହୋଇଥିବା ସାଧାରଣ ନିର୍ବାଚନକୁ ନେଇ ବିବାଦୀୟ ବୟାନ ଦେବା ପରେ ଅଡ଼ୁଆରେ ଫେସବୁକ ସଂସ୍ଥାପକ ମାର୍କ ଜୁକରବର୍ଗ। ଏହି ମାମଲାରେ ସଂସଦୀୟ କମିଟି ମେଟା କମ୍ପାନୀକୁ ସମନ କରିବ ବୋଲି ଜଣାପଡ଼ିଛି। ସଂସଦର ଆଇଟି ଓ ଯୋଗାଯୋଗ କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏହି ପ୍ରସଙ୍ଗରେ ଗତକାଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ୍ସରେ ମେଟାକୁ ଟ୍ୟାଗ୍ କରି ମାର୍କ ଜୁକରବର୍ଗଙ୍କ ଟିପ୍ପଣୀକୁ ନିନ୍ଦା କରିଥିଲେ। ଆଜି […]

ସଂପୂର୍ଣ୍ଣ ପଢନ୍ତୁ

ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ସୁଡ଼ଙ୍ଗ ଖନନ କାର୍ଯ୍ୟ ଶେଷ

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର T3ର ଖନନ କାର୍ଯ୍ୟ ସଫଳତା ସହିତ ଶେଷ ହୋଇଛି। ଏହା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂଆ ରେଳ ଲାଇନ ପ୍ରକଳ୍ପ ଦ୍ୱାରା ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। ୨୬୨୦ ମିଟର ଦୈର୍ଘ୍ୟ ଏବଂ ୨-ଡିଗ୍ରୀ କର୍ଭ ବିଶିଷ୍ଟ ଏହି ସୁଡ଼ଙ୍ଗ ଖନନ କାର୍ଯ୍ୟ ବର୍ତ୍ତମାନ ନୂତନ ଜ୍ଞାନକୌଶଳ ପଦ୍ଧତି ଦ୍ୱାରା କାର୍ଯ୍ୟ ସମାପ୍ତ ହୋଇଛି। ଏହି ସଫଳତା ବ୍ରେକ ଥ୍ରୂ ବା […]

ସଂପୂର୍ଣ୍ଣ ପଢନ୍ତୁ

୪୮ ଘଣ୍ଟା ପରେ ନିଖୋଜ ଯୁବତୀ ଉଦ୍ଧାର: ଗଣଦୁଷ୍କର୍ମ କରି ହତ୍ୟା ଉଦ୍ୟମ ସନ୍ଦେହ

ବରଗଡ଼: ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଦେଖିବା ପାଇଁ ଆସି ନିଖୋଜ ହୋଇଥିବା ଯୁବତୀ ଆଜି ଦୀର୍ଘ ୪୮ ଘଣ୍ଟା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବରଗଡ଼ ଜିଲ୍ଲାର କୁର୍ଲା ଜଙ୍ଗଲ ମଧ୍ୟରୁ ଉଦ୍ଧାର ହୋଇଛନ୍ତି। ତାଙ୍କର ମୁଣ୍ଡରେ ଗଭୀର କ୍ଷତ ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚି଼ହ୍ନ ରହିଛି। ମୁଣ୍ଡରେ ଆଘାତ ଲାଗିଥିବାରୁ ଯୁବତୀ ମାନସିକ ସନ୍ତୁଳନ ହରାଇ ବସିଥିବା କୁହାଯାଉଛି। ଧନୁଯାତ୍ରା ଦେଖିବା ପାଇଁ ଆସି ନିଖୋଜ ହୋଇଥିବା ଯୁବତୀ ଆଜି ଦୀର୍ଘ ୪୮ ଘଣ୍ଟା […]

ସଂପୂର୍ଣ୍ଣ ପଢନ୍ତୁ

ଆସନ୍ତା ୧୭ରୁ ପୁଣି ବଢ଼ିବ ଶୀତର ପ୍ରକୋପ, କୁହୁଡି ନେଇ ଆଲର୍ଟ ଜାରି

ଭୁବନେଶ୍ବର: ପୁଣି ଶୀତରେ ଥରିବେ ରାଜ୍ୟବାସୀ । ବର୍ତ୍ତମାନ ରାଜ୍ୟରେ ଶୀତର ପରିମାଣ କମିଥିବା ବେଳେ ରାତି ତାପମାତ୍ରା ଧୀରେ ଧୀରେ ବଢିଛି । ହେଲେ ଆସନ୍ତା ୧୭ରୁ ପୁଣି ଶୀତର ପ୍ରକୋପ ବଢ଼ିବ । ଉପାନ୍ତରୁ ଉପକୂଳ ସବୁଠି ତାପମାତ୍ରା କମିବ । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମା ଝଡର ପ୍ରଭାବ କମିବା ପରେ ରାଜ୍ୟକୁ ଉତ୍ତର […]

ସଂପୂର୍ଣ୍ଣ ପଢନ୍ତୁ

ଥମୁନି ନିଆଁ, OSCAR ଯାଏ ପହଞ୍ଚିଲା

ଜଳୁଛି ଜଙ୍ଗଲ। ନିଆଁ ଆଁରେ ପୋଡି ପାଉଶଁ ହୋଇଗଲାଣି ଘର ଦ୍ୱାର। ଦିନକୁ ଦିନ ଏହା କମିବା ବଦଳରେ ଆହୁରି ବିକରାଳ ରୂପ ଧରି ଆଗକୁ ବଢ଼ି ଚାଲିଛି। ଆମେରିକାର ଲସ୍‌ ଏଞ୍ଜଲିସ୍‌ରେ ଲାଗିଥିବା ଏହି ଭୟଙ୍କର ନିଆଁ ଏବେ ଓସ୍କାର ୨୦୨୫ ଯାଏଁ ପହଞ୍ଚିଗଲାଣି। ଏକାଡେମୀ ଆଓ୍ୱାର୍ଡ ମାର୍ଚ୍ଚ ୨ (ଭାରତରେ ମାର୍ଚ୍ଚ ୩) ତାରିଖରେ ଲସ୍‌ ଏଞ୍ଜଲିସ୍‌ ସ୍ଥିତ ଡଲବି ଥିଏଟରରେ ଅନୁଷ୍ଠିତ ହେବ। କିନ୍ତୁ ବର୍ତ୍ତମାନ ଏହାର ନମିନେସନରେ ବିଳମ୍ବ ହେବା ନେଇ […]

ସଂପୂର୍ଣ୍ଣ ପଢନ୍ତୁ

‘ବିଏସକେଓ୍ବାଇରେ ହୋଇଛି ଦୁର୍ନୀତି, ଖୁବଶୀଘ୍ର ତଦନ୍ତ ହେବ’

ଭୁବନେଶ୍ବର: ପୂର୍ବ ସରକାରଙ୍କ ବିଏସକେଓ୍ବାଇ କାର୍ଡରେ ଦୁର୍ନୀତି ହୋଇଛି । ଖୁବଶୀଘ୍ର ଏହାର ତଦନ୍ତ ହେବ ବୋଲି ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆୟୁଷ୍ମାନ ଯୋଜନା ଓଡିଶାରେ ଲାଗୁ ହେବା ପରେ ଏହାକୁ ନେଇ ପୂର୍ବ ସରକାରଙ୍କ ଉପରେ ବର୍ଷି କିଛି ଏପରି କହିଛନ୍ତି ମନ୍ତ୍ରୀ । ମନ୍ତ୍ରୀଙ୍କ କହିବାନୁଯାୟୀ, ଆୟୁଷ୍ମାନ ପୂର୍ବରୁ ବିଭିନ୍ନ ସ୍ଥାନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥାଇ କି ବି ଲୋକେ ପ୍ରତ୍ୟାଖ୍ୟାତ ହେଉଥିଲେ । […]

ସଂପୂର୍ଣ୍ଣ ପଢନ୍ତୁ

ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ

କଟକ : ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ବୋର୍ଡ ପକ୍ଷରୁ ବଡ଼ ବ୍ୟବସ୍ଥା । ଚଳିତ ବର୍ଷଠାରୁ ମାଟ୍ରିକ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ। ସେଲ୍ଫ ଡିସପ୍ଲେ ୱାଟର ମାର୍କ ଥିବା ଏହି ପ୍ରଶ୍ନପତ୍ରର କୌଣସି ପୃଷ୍ଠାର ମୋବାଇଲ କ୍ୟାମେରା କିମ୍ବା ସ୍କାନର ଜରିଆରେ ଫଟୋ ଉଠାଇଲେ ସେହି ୱାଟର ମାର୍କ ଆସିଯିବ । କେଉଁ ପରୀକ୍ଷାର୍ଥୀଙ୍କର ସେହି ପ୍ରଶ୍ନପତ୍ର, କେଉଁ ସେଣ୍ଟରର ଏବଂ କେଉଁ ହଲର ତାହା ସେଥିରୁ ଜଣାପଡିଯିବ । […]

ସଂପୂର୍ଣ୍ଣ ପଢନ୍ତୁ

ମାର୍ଚ୍ଚ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି କାମ

ପୁରୀ: ମାର୍ଚ୍ଚ ସୁଦ୍ଧା ସରିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଏବେ ମହାପ୍ରଭୁଙ୍କ ମକର ନୀତିକାନ୍ତି ପାଇଁ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରହିଥିବା ବେଳେ ଏହା ପୁଣି ଆସନ୍ତା ୧୭ରୁ ଆରମ୍ଭ ହେବ । ମାର୍ଚ୍ଚ ପୂର୍ବରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବା ନେଇ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, ମକର ନୀତିକାନ୍ତି ପାଇଁ ଏବେ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିଛି […]

ସଂପୂର୍ଣ୍ଣ ପଢନ୍ତୁ