LoC ନିକଟରେ ବିସ୍ଫୋରଣ, ୬ ଯବାନ ଆହତ

ସୀମା ନିକଟରେ ହେଲା ବିସ୍ଫୋରଣ। ଜମ୍ମୁ-କଶ୍ମୀରର ରଜୌରୀ ସ୍ଥିତ ନୌସେରା ସେକ୍ଟରରେ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି। ଏଲ୍‌ଓସି ନିକଟ ନୌସେରା ନିକଟରେ ବିସ୍ଫୋରଣ ହୋଇଥିବା କୁହାଯାଉଛି। ଅଧିକାରୀଙ୍କ ସୂଚନା ମୁତାବକ, ଭାରତୀୟ ସେନାର ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ନୌସେରା ସେକ୍ଟରର ଖାମ୍ବା ଦୁର୍ଗ ନିକଟରେ ସକାଳ ୧୦ଟା ୪୫ ସମୟରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଥିଲା। ଜଣେ ସୈନିକ ହଠାତ୍ ଲ୍ୟାଣ୍ଡମାଇନ୍ ଉପରେ ଭୁଲ୍‌ରେ ଚଢ଼ି ଯିବାରୁ […]

ସଂପୂର୍ଣ୍ଣ ପଢନ୍ତୁ

ଚୋରା ବାଲି ଗାଡ଼ି ଧରି ପୋଲିସ ଜିମା ଦେଲେ ଖଣି ମନ୍ତ୍ରୀ

ନୟାଗଡ: ଖଣ୍ଡପଡ଼ା ବ୍ଲକ ବେଣାଗାଡ଼ିଆ ପଞ୍ଚାୟତ ଅଧୀନ ବରକୋଳି ଛକରେ ଚୋରା ବାଲି ଗାଡ଼ି ଜବତ କରି ପୋଲିସ ଜିମା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଘଟଣାରେ ପୋଲିସ ନିଷ୍କ୍ରିୟତାକୁ ନେଇ ମନ୍ତ୍ରୀ ବର୍ଷିଥିବା ବେଳେ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ ଗତକାଲି ପୌଷ ପୂର୍ଣ୍ଣମୀରେ ପ୍ରଭୁ ନୀଳମାଧବଙ୍କ ସୁନା ବେଶ ଦର୍ଶନ ଓ ଭଜନ ସନ୍ଧ୍ୟାକୁ ଉଦଘାଟନ କରିବାକୁ ଆସିଥିଲେ ଖଣିମନ୍ତ୍ରୀ ବିଭୁତି ଭୂଷଣ ଜେନା। କାର୍ଯ୍ୟକ୍ରମ ସାରି ମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ବୈତରଣୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ଆନନ୍ଦେଶ୍ୱର ଓ ପରମେଶ୍ବର ମହାଦେବଙ୍କୁ କଲେ ପୂଜାର୍ଚ୍ଚନା

କେନ୍ଦୁଝର: ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଜିଲ୍ଲା ପାଟଣା ସ୍ଥିତ ବୈତରଣୀରେ ନଦୀରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୁଡ଼ ପକାଇବା ପରେ ଆନନ୍ଦେଶ୍ୱର ଓ ପରମେଶ୍ବର ମହାଦେବ ମନ୍ଦିରରେ ମୁଖ୍ୟମନ୍ତ୍ରୀ ପୂଜାର୍ଚ୍ଚନା କରିଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ନଦୀ ଘାଟରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ତେବେ ମଙ୍ଗଳବାର ଠାରୁ ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ।  ସୁପର କିଙ୍ଗ ଏୟାର ସି […]

ସଂପୂର୍ଣ୍ଣ ପଢନ୍ତୁ

ଜାନୁଆରୀ ୨୦ରୁ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଧାଡ଼ିରେ ଯିବେ ଭକ୍ତ

ପୁରୀ: ଜାନୁଆରୀ ୨୦ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ଧାଡ଼ି ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ସରିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ଆଉ ପରୀକ୍ଷାମୂଳକ ନୁହେଁ ଏଣିକି ସିଧାସଳଖ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ମନ୍ତ୍ରୀ । ମାର୍କେଟ ଛକ ଯାଏ ଧାଡ଼ି ହେବ। ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ। ଏହାଛଡ଼ା ସେଠାରେ […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀ ନିର୍ବାଚନ: ନାମାଙ୍କନ ଦାଖଲ କଲେ ଆତିଶୀ

ନାମାଙ୍କନ ଦାଖଲ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ। ଦିଲ୍ଲୀର କାଲକାଜୀ ବିଧାନସଭା ଆସନରୁ ସେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ଆସନରୁ ଗତଥର ମଧ୍ୟ ସେ ଜିତିଥିଲେ। କାଲକାଜୀ ଆସନରେ ସେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରମେଶ ବିଧୁରୀ ଏବଂ କଂଗ୍ରେସ ପ୍ରାର୍ଥୀ ଅଲକା ଲାମ୍ବାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ପରେ ଆତିଶୀ କହିଛନ୍ତି, ‘ଆଜି ମକର ସଂକ୍ରାନ୍ତିଙ୍କ ଶୁଭ ଅବସରରେ ମୁଁ କାଲକାଜୀ ବିଧାନସଭା ଆସନରୁ ମୋର ନାମାଙ୍କନ ଦାଖଲ କରିଛି। […]

ସଂପୂର୍ଣ୍ଣ ପଢନ୍ତୁ

ଗହୀରମଥା ଗୁଳିକାଣ୍ଡ, ୮ ଗିରଫ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ରାଜନଗର ଗହୀରମଥା ସମୁଦ୍ର ଗୁଳିକାଣ୍ଡ ଘଟଣା । ୮ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ତାଳଚୁଆ ସାମୁଦ୍ରିକ ଥାନା ପୋଲିସ୍ । ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରିଛି । ଗତକାଲି ଗିରଫ ହୋଇଥିଲେ ଟ୍ରଲର ମାଲିକ । ଆଜି ଆଉ ୮ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ପୋଲିସ । ସୂଚନାଯୋଗ୍ୟ, ବିରଳ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟାକୁ ନଜରରେ ରଖି ଗହୀରମଥା ସମୂଦ୍ର ଉପକୂଳ ଅଞ୍ଚଳକୁ ନଭେମ୍ବର ୧ ତାରିଖଠାରୁ ମେ ୩୧ […]

ସଂପୂର୍ଣ୍ଣ ପଢନ୍ତୁ

ଠକ ଯୋଡ଼ି ହଂସିତା-ଅନୀଲ ମାମଲା: ଘୁଞ୍ଚିଲା ଜାମିନ ଆବେଦନ , ୧୬ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର : ଖୋଲୁଛି ଠକ ହଂସିଲା-ଅନିଲଙ୍କ ଗୁମର । ବେଦାନ୍ତଠୁ ୧୮ କୋଟି ଟଙ୍କା ଠକିଛନ୍ତି ଏହି ଠକ ଯୋଡ଼ି । ଏହାସହ ଝାଡ଼ଖଣ୍ଡର ଏକ ଟ୍ରେଡିଂ କମ୍ପାନୀ ସହ ୩୦୦ କୋଟି ଟଙ୍କାର କାରବାର କରିଥିବା ତଦନ୍ତକାରୀ ଅଧିକାରୀଙ୍କୁ ପ୍ରମାଣ ମିଳିଛି । କାମ କରିବାକୁ କହି ଏହି କମ୍ପାନୀଠାରୁ ଅଗ୍ରିମ ୩୦କୋଟି ଟଙ୍କା ଆଣିଛନ୍ତି । ଏହି ଟଙ୍କାରେ ସେମାନେ ଘର ଓ ଗାଡ଼ି କିଣିଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥିଙ୍କୁ ବିଦେଶୀ ଯୁବତୀ […]

ସଂପୂର୍ଣ୍ଣ ପଢନ୍ତୁ

ଏଣିକି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର : ମନ୍ତ୍ରୀ

ଭୁବନେଶ୍ୱର: ଏଣିକି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର । ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଦେଇଛନ୍ତି ସୂଚନା। ୨୦୦ ଏମଏଲ ଭିଟାମିନ ଏ ଓ ଡି ଯୁକ୍ତ କ୍ଷୀର ଦେବାକୁ ରହିଛି ଯୋଜାନ। ୨୯ଟି ସ୍କୁଲରେ ୧୧୮୪ ପିଲାଙ୍କୁ କ୍ଷୀର ଦେବାର ଶୁଭାରମ୍ଭ ହୋଇଛି କହିଲେ ମନ୍ତ୍ରୀ। ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ ଦୁଗ୍ଧ ଉତ୍ପାଦନ ସଶକ୍ତ କରାଯିବ। ଗୋକୁଳ ଯୋଜନାରେ ୩୦୦୦ ଗାଈ ଦେବାର ବ୍ୟବସ୍ଥା କାଲି କରାଯାଇଛି। ଏହାସହ ମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

‘ମୁଁ ଦେଶ ବଞ୍ଚାଇବାକୁ ଲଢ଼ୁଛି, କିନ୍ତୁ ରାହୁଲ ଦଳ ପାଇଁ’

‘ମୁଁ ଦେଶ ବଞ୍ଚାଇବାକୁ ଲଢ଼ୁଛି। କିନ୍ତୁ ରାହୁଲ ଗାନ୍ଧି କଂଗ୍ରେସ ଦଳକୁ ବଞ୍ଚାଇବା ପାଇଁ ଲଢ଼ୁଛନ୍ତି।’ ଆଜି ଏଭଳି କିଛି କହି କଂଗ୍ରେସ ଉପରେ ବର୍ଷିଛନ୍ତି ଅମ୍‌ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସୋମବାର ଦିନ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ମୁଖିଆ ଆରବିନ୍ଦ କେଜ୍ରିୱାଲ୍‌ଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତୁଳନା କରି ଉଭୟ […]

ସଂପୂର୍ଣ୍ଣ ପଢନ୍ତୁ

ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍କାନ ଆରୋଗ୍ୟ ମନ୍ଦିର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା । ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍କାନ ଆରୋଗ୍ୟ ମନ୍ଦିର । ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ନିରନ୍ତର ଚିକିତ୍ସା ସୁବିଧା ମିଳିବ । ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବ ନିରନ୍ତର ଚିକିତ୍ସା ସୁବିଧା । ସାରା ଦେଶରେ ୨୯ ହଜାରରୁ ଅଧିକ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, […]

ସଂପୂର୍ଣ୍ଣ ପଢନ୍ତୁ